ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ

0
449
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ । ବାପଘର ଲୋକ ଗୁରୁତର ଅବସ୍ଥାରେ ସ୍ତ୍ରୀ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି, ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗିରହୁଥିଲା । ଗତକାଲି ଦୁଇ ଜଣଙ୍କ ଭିତରେ କଳହ ଉଗ୍ର ରୂପ ନେଇଥିଲା । ସ୍ବାମୀ ରଞ୍ଜନ ସୁକାନ୍ତିଙ୍କୁ ମାଡ଼ ମାରି ଘର ପଛପଟେ ଥିବା ଏକ ବାଡ଼ିରେ ଥିବା ଗାତରେ ପକାଇ ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Also Read  ବନାରସ ରେଳ ଷ୍ଟେସନ୍ ବୁଲିବା ପରେ ଏଭଳି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ ମୋଦୀ