ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ପିପାଳପଦର ଗ୍ରାମପଞ୍ଚାୟତର ପିସ୍କାଡାଙ୍ଗୁ ଗ୍ରାମର ସମନାଥ ପ୍ରସ୍କା (୨୨) ନିଜ ସ୍ତ୍ରୀକୁ ହତ୍ୟା କରିଥିବା ପୁଲିସ ସୂତ୍ରରୁ ଖବର ମିଳିଛି। ସୋମନାଥ ଗତ ଦେଢ଼ବର୍ଷ ତଳେ ମିନାପାଇ ଗ୍ରାମର ସୁଲେ ମିଣିଆକାଙ୍କ ଝିଅ ରିତା ମିଣିଆକାକୁ ବିବାହ କରିଥିଲେ। ବିବାହର କିଛି ଦିନ ଭଲରେ କଟିଥିବା ବେେଳ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ସଦାବେଳେ ସମନାଥ ତାଙ୍କ ସ୍ତ୍ରୀ ରିତାକୁ ବିଭିନ୍ନ ପ୍ରକାର ଗାଳିଗୁଲଜ କରି ମାରପିଟ କରୁଥିଲେ। ଗତ ୧୦ ତାରିଖ ରାତିରେ ଦୁଇଙ୍କ ମଧ୍ୟରେ ବସଚା ହୋଇଥିଲା ଏବଂ ସମନାଥ ରିତାକୁ ଚାପୁଡ଼ା ମାରିବା ସହ ବେକରେ ଚୁନି ଲଗାଇ ମାରିବାକୁ ଉଦ୍ୟମ କରିଥିଲେ।
ଫଳରେ ରିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରାବାର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶୁକ୍ରବାର ରିତାଙ୍କ ମା’ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଲକ୍ଷ୍ମୀପୁର ଥାନାଧିକାରୀ ତଦନ୍ତ ଆରମ୍ଭ କରିବା ସହ ସୋମନାଥଙ୍କୁ ଗିରଫ କରିଥିଲେ। ସୋମନାଥ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ସ୍ବୀକାର କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

























