ପୌର ନିର୍ବାଚନ: ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି

0
776
campaigning-ends-today-for-municipal-elections

ଭୁବନେଶ୍ବର: ପୌର ନିର୍ବାଚନରେ ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାରୁ ଉକ୍ତଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଂଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜୁ୍ୟଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଂଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ । ନିର୍ବାଚନ ଦିନ, ନିର୍ବାଚନ ପୂର୍ବଦିନ ଓ ନିର୍ବାଚନ ପରଦିନ ଏଭଳି ଭାବେ ସର୍ବାଧିକ ୩ ଦିନ ଛୁଟି ନେଇପାରିବେ କର୍ମଚାରୀ । ଆଉ ଏହି ଛୁଟିକୁ ସ୍ପେଶାଲ ସିଏଲ ଭାବେ ଗ୍ରହଣ କରାଯିବ ।

Also Read  ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ