ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର, ଜଣେ ମୃତ

0
354
Two Youths Drown In Kuakhai River Near Bhubaneswar
Two Youths Drown In Kuakhai River Near Bhubaneswar

ଜଗତସିଂହପୁର: ନଦୀରେ ଗାଧୋଇବାବେଳେ ବୁଡିଗଲେ ତିନି ଛାତ୍ର । ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ ଗୋପସଲପୁର ଶଙ୍ଖେଶ୍ବର ବଡ଼ଜିଙ୍ଗଲ ଗାଁର ନୃସିଂହ ଦାସଙ୍କ ପୁଅ ବିବେକ ଦାସ । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ପୋଷଲ ଘାଟରେ । ଉଦ୍ଧାର ଦୁଇ ଛାତ୍ରଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୫ ଜଣ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ ।

ସୂଚନା ଅନୁସାରେ, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଞ୍ଚାୟତ ବଡ଼ଜୀଙ୍ଗଲ ଗ୍ରାମର ୫ ଜଣ ଯୁବକ ପୋଷଲ ମହାନଦୀ ଘାଟରେ ଗାଧୋଉଥିଲେ। ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲିଯାଇଥିଲେ ସଭିଏଁ । ଏହି ସମୟରେ ପାଞ୍ଚ ଜଣଙ୍କୁ ମଧ୍ୟରୁ ତିନି ଜଣ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ବିବେକ ଦାସ (୧୮) ପାଣିରେ ବୁଡିଯାଇଥିଲା। ଖବରପାଇ କୁଜଙ୍ଗ ଓ ଗରଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକମାନେ ନିଖୋଜ ଯୁବକକୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ଯୁବକ ଜଣକ ମୃତ୍ୟୁ ଘଟିଥିଲା। ଖବର ପାଇ କ୍ରିର୍ଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହ ଜବତ କରିଥିଲେ ।

Also Read  BJD MPs to have meeting chaired by Odisha CM in New Delhi

LEAVE A REPLY

Please enter your comment!
Please enter your name here