ଫୁଲକୋବି ଖାଇ ଦମ୍ପତ୍ତି ଗୁରୁତର

0
397
couple-critical-after-consuming-homegrown-cauliflower

ମୋହନା: ଫୁଲ କୋବି ଖାଇ ଦମ୍ପତି ଗୁରୁତର ହୋଇଛନ୍ତି। ଗୁରୁତର ଦମ୍ପତ୍ତିଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପଙ୍କା ଗାଁରେ। ସେମାନେ ହେଲେ ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ।।

ସୂଚନାନୁସାରେ, ହାଲାପଙ୍କା ଗାଁରେ ଦମ୍ପତି ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ ଗତକାଲି ରାତିରେ ତାଙ୍କ ବାଡ଼ିରେ ଚାଷ ହୋଇଥିବା ଫୁଲ କୋବି ଖାଇ ଗୁରୁତର ଅଛନ୍ତି । ଉଭୟଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସପ୍ତାହେ ପୂର୍ବରୁ ଫୁଲ କୋବି ବାଡ଼ିରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ । ରାତିରେ ସେହି କୋବି ରୋଷେଇ କରି ଖାଇବା ପରେ ଦମ୍ପତ୍ତି ଗୁରୁତର ହୋଇପଡିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ତେବେ କୀଟନାଶକ ଔଷଧ ସିଞ୍ଚନ ନା ଅନ୍ୟ କୌଣସି କାରଣରୁ ଦମ୍ପତ୍ତି ଅସୁସ୍ଥ ହେଲେ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଡାକ୍ତର କହିଛନ୍ତି ।

Also Read  ବାରବାଟୀରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

LEAVE A REPLY

Please enter your comment!
Please enter your name here