ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣମୀ। ମହାପ୍ରଭୁଙ୍କ ଦର୍ଶନ ବଡ଼ଦାଣ୍ଡରେ ଜମିଥିଲା ଜନ ସମୁଦ୍ର । ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ୱର ବେଶ ଦର୍ଶନ କରିବା ପାଇଁ ଲାଗିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି। ଖରାରେ ବଡଦାଣ୍ଡରେ ୧ କିଲୋମିଟର ପର୍ଯ୍ୟନ୍ତ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିଲା । ଲମ୍ବା ଲାଇନ୍ ସହ ଅସହ୍ୟ ତାପ ସହି ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିବା ଭକ୍ତଙ୍କର ଶେଷରେ ହେଲା ଧୈର୍ଯ୍ୟଚ୍ୟୁତ । ପ୍ରଭୁଙ୍କୁ ଦେଖିବାକୁ ବାରିକେଡ ଭାଙ୍ଗି ଧସେଇ ପଶିଲେ ହଜାର ହଜାର ସଂଖ୍ୟାରେ ଭକ୍ତ । ଏଥିଯୋଗୁ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହେଲା ଦଳାଚକଟା ସ୍ଥିତି । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଧସ୍ତାଧସ୍ତିରେ କିଛି ମହିଳା ତଳେ ପଡି ଯାଇଥିବା ବେଳେ ଦଳଚକଟା ସ୍ଥିତି ଉପୁଜିଥିଲା ।
ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ ଭାଙ୍ଗି ଭକ୍ତ ମାନେ ଧସେଇ ପଶିବା ବେଳେ ଅନେକ ଭକ୍ତ ତଳେ ପଡି ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ମାତ୍ର ଦୁଇଜଣ ସୁରକ୍ଷାକର୍ମୀ ଏତେ ବଡ ଭିଡକୁ ଅଟକାଇ ପାରିନଥିଲେ । ଏହାସହିତ କେମିିତି ମନ୍ଦିର ଭିତରେ ଆଗେ ପ୍ରବେଶ କରିବେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଯେଉଁଥିପାଇଁ କି ଏଭଳି ଅପ୍ରିତୀପ୍ରକାର ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପରେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ଆୟତ୍ତ କରାଯାଇଥିବା ନେଇ ସୂଚନା ମିଳିଛି ।