ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର

0
318

ପୁରୀ: ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର । କ​‌ରୋନା କଟକଣା ଅନୁଯାୟୀ ଆଜିଠୁ ପ୍ରତି ରବିବାର ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ । ଅର୍ଥାତ ସବୁଦିନ ଭଳି ଭକ୍ତଙ୍କୁ ମଧ୍ୟ ରବିବାର ଦିନ ମିଳିବ ଜଗା ଦର୍ଶନ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କୋଭିଡ କଟକଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ଭକ୍ତ ମାନଙ୍କ ପାଇଁ ମାସ୍କ ଓ ସାନିଟାଇଜ୍‌ ବାଧ୍ୟତାମୂଳକ କରାଯାଇଛି । ହେଲେ ଅନ୍ୟ କୌଣସି କଟକଣା ଭକ୍ତଙ୍କ ପାଇଁ ଲାଗୁ କରାଯାଇନାହିଁ । ଆଜି ପ୍ରଥମ ଥର ପାଇଁ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଥିବାରୁ ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଛି ।

Also Read  ସରପଞ୍ଚ ପ୍ରାର୍ଥୀ ପାଇଲେ ଗୋଟିଏ ଭୋଟ୍‌ : ନିଜ ଘର ଲୋକ ବି ଦେଲେନି, କେଉଁଠି ଜାଣନ୍ତୁ ?

LEAVE A REPLY

Please enter your comment!
Please enter your name here