ବିଳମ୍ବିତ ରାତିରେ ବନ୍ୟା ପାଣିରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

0
195
car-floated-in-flood-water 4 rescued

ଆଠଗଡ଼: ଗତକାଲି ବିଳମ୍ବିତ ରାତିରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଆଠଗଡ଼ ଅଞ୍ଚଳର ନିଧିପୁର ଗଡ଼ାରେ ବନ୍ୟା ପାଣିରେ ଏକ କାର୍‌ ଭାସି ଯାଇଥିବା ଜଣାଯାଇଛି। ମାତ୍ର କାର୍‌ରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ରାସ୍ତା ଉପରେ ପାଣି ରହିଛି ବୋଲି ଜାଣିନପାରି ପାଣି ଭିତରେ କାର ପୁରାଇ ଫସିଯାଇଥିଲେ ଚାଳକ । ଭାସିଯିବା ସମୟରେ ୪ ଜଣଙ୍କୁ ଘଣ୍ଟିଖାଲ ଓ କଖଡି ପଞ୍ଚାୟତର ମିଳିତ ସହଯୋଗରେ ଫାୟାର ସର୍ଭିସ୍ ବୋଟରେ ଉଦ୍ଧାର କରାଗଲା । ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିବା ଜଣାପଡିଛି ।

Also Read  Inclusive JOBFAIR for PWDs and Non-disabled Jobseekers

LEAVE A REPLY

Please enter your comment!
Please enter your name here