ତେଲ ପକାଇବାକୁ ଆସି ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

0
850
Brother shot his brother for Property

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ପୁଟୁଳିଆରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେଲ ପକାଇବା ବାହାନାରେ ୨ଟି ମୋଟରସାଇକେଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପମ୍ପରେ ପହଞ୍ଚିଥିଲେ। ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ତେଲ ପକାଉଥିବା ଯୁବକ ଓ କାଉଣ୍ଟରରେ ଥିବା ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ଦୁର୍ବଳ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ