ଡେରାଡୁନ୍: ଦ୍ଵିତୀୟଥର ପାଇଁ ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏ ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ବରିଷ୍ଠ ବିଜେପି ନେତା ମିନାକ୍ଷୀ ଲେଖି ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ତେବେ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ପୁଷ୍କର ସିଂହ ଧାମିଙ୍କୁ ବିଧାୟକ ଦଳ ନେତା ଭାବେ ବିବେଚନା କରାଯିବା ସହିତ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କରାଯାଇଛି ।