ଏଣିକି ଏହି ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ମିଳିବ ନଗଦ ଟଙ୍କା ପୁରସ୍କାର

0
577
tamil-nadu-cm-stalin-launches-free-treatment-initiative-to-save-lives-of-road-accident-victims

ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ବଡ ଘୋଷଣା । ଏଣିକି ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମେଡିକାଲ ସହାୟତା ପ୍ରଦାନ କଲେ ପୁରସ୍କାର ସ୍ୱରୂପ ମିଳିବ ନଗଦ ଟଙ୍କା। ଏଥିସହ ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏକ ଟ୍ୱିଟରେ ଷ୍ଟାଲିନ ଲେଖିଛନ୍ତି, “ସଡ଼କ ଦୁର୍ଘଟଣାର ଶିକାର ଲୋକଙ୍କ ସହାୟତା କରୁଥିବା ଓ ସେମାନଙ୍କୁ ଯଥାଶୀଘ୍ର ମେଡିକାଲ ନେଉଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା ପ୍ରମାଣ ପତ୍ର ସହ ୫ ହଜାର ଟଙ୍କା ଦିଆଯିବ।” ଏହି ଯୋଜନାରେ ରାଜ୍ୟର ୬୦୯ଟି ହସିଟାଲ ସାମିଲ ହୋଇଛନ୍ତି। ଏହା ମଧ୍ୟରେ ୨୦୧ଟି ଘରୋଇ ହସ୍ପିଟାଲ ରହିଛନ୍ତି। ଏହି ନିୟମ ତାମିଲନାଡୁକୁ ଆସୁଥିବା ବାହାର ଲୋକଙ୍କ ପାଇଁ ମଧ୍ୟ ଲାଗୁ ହେବ। ସରକାର ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କା ଯାଏ ସହାୟତା ଦେବାକୁ ଘୋଷଣା କରିଛନ୍ତି।

Also Read  TN government decides to recommend release of Gandhi killers