ନୂଆଦିଲ୍ଲୀ: ସରିଲା ନିର୍ବାଚନ ବଢ଼ିଲା ତୈଳ ଦର । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପ୍ରେଟୋଲ ୮୫ ପଇସା ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଥିବା ବେଳେ ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିବା ବେଳେ ୮୬ ପଇସା ବଢି ୯୨ ଟଙ୍କା ୪୮ ପଇସାରେ ପହଂଚିଛି ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । କୋଳକତାରେ ଆଜି ପେଟ୍ରୋଲ ଦାମ ଲିଟର ପ୍ରତି ୧୦୫.୪୭ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୯୦.୫୯ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ଦାମ୍ ୧୦୨.୧୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୯ ଟଙ୍କାରେ ପହଞ୍ଚିଛି।
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୩୦ ଡଲାର ପାର୍ କରି ଯାଇଥିଲା। କିନ୍ତୁ ଉକ୍ତ ସମୟରେ ଆମ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ତେଲ ରେଟ୍ ଅପରିବତ୍ତିଆତ ରହିଥିଲା। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ Brent Oil ଦର ଖସି ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଥିବା ବେଳେ ଦେଶରେ ବଢ଼ିଛି ଦାମ୍ ।