ଆଜି ସଂଧ୍ୟାରେ ଥମିବ ପୌର ନିର୍ବାଚନ ପାଇଁ ପ୍ରଚାର: ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ

0
419
campaigning-ends-today-for-municipal-elections

ଭୁବନେଶ୍ବର: ୨୪ ତାରିଖରେ ହେବାକୁ ଥିବା ରାଜ୍ୟର ୧୦୬ଟି ମ୍ୟୁନିସପାଲଟି, ଏନ୍ଏସି ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ଆଜି ସଂଧ୍ୟା ୫ଟାରେ ଥମିବ ପ୍ରଚାର । ୨୪ ତାରିଖରେ ହେବ ଭୋଟ ଗ୍ରହଣ । ଆଜି ସଂଧ୍ୟା ପରେ ଯେଉଁ ଅଞ୍ଚଳରେ ‌ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ। ମତଦାନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର ସରିବ। ଏହି ପରିପ୍ରେକ୍ଷୀରେ ମତଦାନକୁ ଦୃଷ୍ଟିରେ ରଖି ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାନ ହେବାକୁ ଥିବା ସମସ୍ତ ସହରାଞ୍ଚଳରେ ଆଜିଠାରୁ ୫ଦିନ ପାଇଁ ମଦ ବିକ୍ରି ନିଷିଦ୍ଧ ହେବ । ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବ ନାହିଁ ।

ରାଜ୍ୟର ମୋଟ ୩ଟି ମହାନଗର ନିଗମ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସରିଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ ଓ ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚି ଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

Also Read  ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ : ଫୁଲବାଣୀ ସବୁଠାରୁ ଥଣ୍ଡା ସହର