‘ଦ କଶ୍ମୀର ଫାଇଲ୍ସ’, ଫିଲ୍ମକୁ ନେଇ କିଛି ଏପରି କହିଲେ ବଲିଉଡର ପରଫେକ୍ଟନିଷ୍ଟ ଅମିର ଖାନ…..

0
377
bollywood-superstar-aamir-khan-on-the-kashmir-files-movie

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ସଂପ୍ରତି ଦେଶରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଯିଏ ବି ଏହି ଫିଲ୍ମ ଦେଖୁଛନ୍ତି ପ୍ରଶଂସା କରି ରହି ପାରୁ ନାହାନ୍ତି। ବକ୍ସ ଅଫିସରେ ଫିଲ୍ମର ଧମାଲ ଜାରି ରହିଛି ଏବଂ ଖୁବ୍ ଆୟ କରୁଛି । ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କାଶ୍ମୀର ଫାଇଲ୍ସ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗିଦେଇଛି ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି ‘ଦ କାଶ୍ମୀର ଫାଇଲ୍ସ’ ।

ତେବେ ଏହାରି ଭିତରେ ବଲିଉଡର ସୁପରଷ୍ଟାର ଅମୀର ଖାନ୍ ମଧ୍ୟ ପିଲ୍ମକୁ ନେଇ ମୁହଁ ଖୋଲିଛନ୍ତି ।ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏହାକୁ ଦେଖିବେ ବୋଲି ରବିବାର ବଲିଉଡ୍‌ ଷ୍ଟାର୍‌ ଆମୀର ଖାନ୍‌ ମତ ରଖିଛନ୍ତି। ଏଥିରେ ଭାରତର ଏକ ଐତିହାସିକ ଅଂଶ ଦୃଶ୍ୟମାନ ହୋଇଥିବାରୁ ଏହାକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ ବୋଲି ସେ କହିଛନ୍ତି।

ଅମିର ଖାନ ଦିଲ୍ଲୀରେ ଫିଲ୍ମ ଆରଆରଆରକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ଅମିରଙ୍କୁ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ଅମିର କହିଛନ୍ତି, କଶ୍ମୀରରେ ପଣ୍ଡିତଙ୍କ ସହ ଯାହା ଘଟିଛି ତାହା ବହୁତ କଷ୍ଟଦାୟକ। ବାସ୍ତବିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପ୍ରତ୍ୟେକ ଭାରତୀୟଙ୍କୁ ଦେଖିବା ଉଚିତ୍। ପ୍ରତିଟି ହିନ୍ଦୁସ୍ଥାନୀକୁ ଏହା ମନେ ରଖିବା ଉଚିତ୍ ଯେ, ଯେତେବେଳେ କୌଣସି ବ୍ୟକ୍ତି ଉପରେ ଅତ୍ୟାଚାର ହେଲେ ତାଙ୍କ ସହ କଣ ଘଟିଥାଏ।

Also Read  Happy Birth Day Shah Rukh: Malaika & Ayushmann Khurrana Shared Old Photos