ଆଣ୍ଡାମାନ୍‌ ଓ ନିକୋବର୍‌ ଦ୍ବୀପରେ ବ୍ରହ୍‌ମୋସ୍‌ କ୍ରୁଜ୍‌ ମିସାଇଲ୍‌ର ସଫଳ ପରୀକ୍ଷା କଲା ଭାରତ

0
475

ନୂଆଦିଲ୍ଲୀ: ଆଣ୍ଡାମାନ୍‌ ଓ ନି‌କୋବର୍‌ ଦ୍ବୀପରେ ବୁଧବାର ଦିନ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ‘ବ୍ରହ୍‌ମୋସ୍‌ ସୁପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌’ର ସଫଳ ପରୀକ୍ଷା କରିଛି। ଏହି ପରିବର୍ଦ୍ଧିତ ରେଞ୍ଜ୍‌ ମିସାଇଲ୍‌ର ବ୍ୟବହାରିକ ପରୀକ୍ଷା ବେଳେ ଏୟାର୍‌ ଚିଫ୍ ମାର୍ସଲ୍‌ ଭି.ଆର୍‌. ଚ‌ୌଧୁରୀ ଏବଂ ଅନ୍ୟ ପ୍ରତିରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ। ଅତ୍ୟନ୍ତ ସଠିକ୍‌ ଭାବେ ଉକ୍ତ ମିସାଇଲ୍‌ ଲକ୍ଷ୍ୟ ଭେଦ କରିଥିଲା ବୋଲି ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି।

ଆଣ୍ଡାମାନ୍‌ ଓ ନିକୋବର୍‌ ଦ୍ବୀପରେ ଏୟାର୍‌ ଚିଫ୍ ମାର୍ସାଲ୍‌ ସେନାର ଆଭିଯାନିକ ପ୍ରସ୍ତୁତି ସମୀକ୍ଷା କରୁଥିଲେ। ସୂଚନାଯୋଗ୍ୟ, ‘କମାଣ୍ଡ୍‌ ଏୟାର୍‌ ଷ୍ଟାଫ୍‌ ଇନ୍‌ସ୍‌ପେକ୍ସନ୍‌’ (ସିଏଏସ୍‌ଆଇ) ବେଳେ ଭାରତୀୟ ବାୟୁସେନା ୟୁନିଟ୍‌ରେ ବୈଷୟିକ ବିଭ୍ରାଟ ଯୋଗୁଁ ଗୋଟାଏ ‘ବ୍ରହ୍‌ମୋସ୍‌’ କ୍ଷେପଣାସ୍ତ୍ରର ଭୁଲ୍‌ ନିକ୍ଷେପଣ ଆଲୋଚ୍ୟ ବିଷୟ ପାଲଟିଥିଲା।

ଉକ୍ତ କ୍ଷେପଣାସ୍ତ୍ରଟି ଯାଇ ପାକିସ୍ତାନରେ ପଡ଼ିଥିଲା। ଫଳରେ ପାକିସ୍ତାନର ସେ ସ୍ଥାନରେ ଥିବା କିଛି ଜାଗାବାଡ଼ି ଓ ଉପକରଣ ନଷ୍ଟ ହୋଇଥିଲା। କିନ୍ତୁ, ଜନସାଧାରଣଙ୍କର କୌଣସି କ୍ଷତି ହୋଇ ନ ଥିଲା। ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରି ଭାରତ ପାକିସ୍ତାନୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ସହ ବିବୃତି ମଧ୍ୟ ଜାରି କରିଥିଲା। ସୂଚନାଯୋଗ୍ୟ, ଆଣବିକ ଅସ୍ତ୍ର ପରିବାହୀ ବ୍ରହ୍‌ମୋସ୍‌ କ୍ଷପଣାସ୍ତ୍ର ସ୍ଥଳ, ଜଳ ଓ ଆକାଶରୁ ନିକ୍ଷେପ କରାଯାଇ ପାରେ।

Also Read  KGF-2 କ୍ରେଜ୍: ରିଲିଜ୍ ପୂର୍ବରୁ ଭାଙ୍ଗିଲା ‘RRR’ ରେକର୍ଡ