ଟଙ୍କା ବାଣ୍ଟିବା ବେଳେ ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ୨୫ ହଜାର ୬ ଶହ ଟଙ୍କା ଜବତ

0
678

ଭଦ୍ରକ : ନିର୍ବାଚନ ପାଇଁ ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ଅଟକ। ୨୫ ହଜାର ୬ ଶହ ଟଙ୍କା ଜବତ। ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଵାମୀ ଦେବବ୍ରତ ମହାନ୍ତି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଦେବବ୍ରତଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ବେଳେ ତାଙ୍କ ନିକଟରୁ ୨୫ ହଜାର ୬ ଶହ ଟଙ୍କା ଜବତ ହୋଇଛି। ସ୍ଵାଧୀନ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ଅଟକ ରଖିଛି ପୋଲିସ।

Also Read  ବିଏମ୍‌ସିର ୨୨ କର୍ମଚାରୀ ପଜିଟିଭ