ବାଲିଘାଟ ଲିଜକୁ ନେଇ ବୋମାମାଡ଼, ଜଣେ ମୃତ

0
705
Bomb Attack over bali-ghata-issue one died

ଯାଜପୁର: ବାଲିଘାଟ ଲିଜକୁ ନେଇ ବୋମାମାଡ଼ । ବୋମାମାଡ଼ରେ ଜଣେ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ । ମୃତକ ଜଣକ ହେଲେ ସୁରେନ୍ଦ୍ର ଦାସ। ବାଲିଘାଟ ଲିଜକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏହା ସଂଘର୍ଷର ରୂପ ନେବା ପରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁସାରେ, ଯାଜପୁର ରୋଡ ବଗମରା ନିକଟସ୍ଥ ମନେଇଗଣ୍ଡ ବାଲିଘାଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବୋମା ମାଡ କରାଯାଇଥିଲା। ଏଥିରେ ସୁରେନ୍ଦ୍ର ଦାସ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ବିଝାଂରପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Also Read  Odisha To Build Around 2000 Kalyan Mandaps And Assembly Halls In Western Odisha