ଯୋଗୀ ଆଦିତ୍ୟନାଥ ହେଲେ ଉତ୍ତର ପ୍ରଦେଶ ବିଜେପିର ବିଧାୟକ ଦଳ ନେତା, ମୁଖ୍ୟମନ୍ତ୍ରୀ ପଦ ପାଇଁ କାଲି ନେବେ ଶପଥ

0
533
UP CM Yogi Adityanath Reaches His Native Village At Uttarakand’s Panchur
UP CM Yogi Adityanath Reaches His Native Village At Uttarakand’s Panchur

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ବିଧାନସଭାରେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଲକ୍ଷ୍ନୌର ଲୋକ ଭବନରେ ହୋଇଥିବା ବିଜେପିର ବିଧାୟକ ଦଳ ବୈଠକରେ ଯୋଗୀ ଆଦିତ୍ୟ ନାଥଙ୍କୁ ବିଧାୟକ ଦଳ ନେତା ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ବୈଠକରେ ସୁରେଶ ଖାନ୍ନା ଯୋଗୀ ଆଦିତ୍ୟନାଥଙ୍କ ନାମକୁ ସୁପାରିସ କରିଥିଲେ । ଲକ୍ଷ୍ନୌ ଲୋକଭବନ ଠାରେ ଆୟୋଜିତ ବିଧାୟକ ଦଳ ବୈଠଳରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଅମିତ ଶାହା , ରଘୁବୀର ଦାସ ଓ ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା । ବୈଠକରେ ସର୍ବ ସମ୍ମତିକ୍ରମେ ଯୋଗୀ ଆଦିତ୍ୟନାଥଙ୍କୁ ବିଧାୟକ ଦଳର ନେତା ଭାବେ ଘୋଷଣା କରାଯାଇଛି ।

ସେ ବିଧାୟକ ଦଳ ନେତା ଭାବେ ଆଜି ନିର୍ବାଚିତ ହେବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏନେଇ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ବିଧିବଦ୍ଧ ଦାବି ଜଣାଇବେ। ଏହାପରେ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୪ଟାରେ ଯୋଗୀ କ୍ରମାଗତ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ରାଜଭବନରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବେ। ଏହି ଅବସରରେ ବିଜେପି ସହିତ ମେଣ୍ଟ କରିଥିବା ସମସ୍ତ ୨୭୩ ଜଣ ବିଧାୟକଙ୍କର ହସ୍ତାକ୍ଷର ପତ୍ର ସେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ପ୍ରଦାନ କରିବେ ।

Also Read  Stringent action against fraud petrol pump dealers: Union Petro Minister