କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ: ବୀରଭୂମ ହିଂସାକାଣ୍ଡ ମାମଲାର ତଦନ୍ତ କରିବ ସିବିଆଇ

0
469
calcutta-high-court order cbi-probe birbhum-violence-case in west-bengal

କୋଲକାତା:ପଶ୍ଚିମବଙ୍ଗ ବୀରଭୂମରେ ହୋଇଥିବା ରାଜନୈତିକ ହିଂସାର ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟ ଶୁକ୍ରବାର ଏହି ନିଷ୍ପତ୍ତି ଦେଇଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର SIT ଗଠନ କରିଥିଲେ କିନ୍ତୁ ହାଇକୋର୍ଟ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଏହି ମାମଲା ସହ ଜଡିତ ସମସ୍ତ କାଗଜପତ୍ର ଏବଂ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) କୁ ହାଇକୋର୍ଟ କହିଛନ୍ତି।

ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ୍ ଆର ଭରଦ୍ୱାଜଙ୍କ ଏକ ଡିଭିଜନ୍ ବେଞ୍ଚ ଏପ୍ରିଲ୍ ୭ ସୁଦ୍ଧା ଏହି ମାମଲାର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛି। ସେହି ଦିନ ଶୁଣାଣିର ପରବର୍ତ୍ତୀ ତାରିଖ ସ୍ଥିର କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ ନ୍ୟାୟକୁ ଦୃଷ୍ଟିରେ ରଖି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଶାସକ ତୃଣମୂଳ କଂଗ୍ରେସର ଜଣେ ପଞ୍ଚାୟତ ଅଧିକାରୀଙ୍କୁ ହତ୍ୟା କରାଯିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଭୋର ସମୟରେ ବୋଗତୁଇ ଗାଁରେ ପ୍ରାୟ ୧୨-୧୫ଟି ଘରେ ନିଆଁ ଲଗାଇ ଦିଆଯାଇଥିଲେ। ଏଥିରେ ମୋଟ ୮ ଜଣଙ୍କର ମୃତ୍ୟୁ ହାଇଥିଲା। ଏହି ମାମଲାରେ ଜନସ୍ବାର୍ଥ ମାମଲା ଦାଖଲ କରି ସିବିଆଇ କିମ୍ବା ଏନ୍ଆଇଏ ଦ୍ବାରା ତଦନ୍ତ କରିବାର ଦାବି କରାଯାଇଥିଲା।

Also Read  CBI starts probe in Cambridge Analytica data breach case