ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ଅଧୀନ ମାଣ୍ଡୁକା ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାହାଡ଼ ନିକଟରୁ ଗୁରୁତର ନବଜାତ ଶିଶୁକନ୍ୟା ଉଦ୍ଧାର । ଚିକିତ୍ସା ପାଇଁ ଶିଶୁଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତ ।
ସୂଚନା ଅନୁସାରେ, ଆଜି ସକାଳୁ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥବା ସ୍ଥାନୀୟ ଅଂଚଳ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ନବଜାତ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥା ରେ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଓ ଆଶାକର୍ମୀଙ୍କ ସହାୟତାରେ ନବଜାତ ଶିଶୁକନ୍ୟା କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ତେବେ ଶିଶୁଟିକୁ କିଏ, କାହିଁକି ଏଭଳି ଅବସ୍ଥାରେ ଛାଡ଼ି ଚାଲି ଯାଇଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ବାଲିଚନ୍ଦ୍ରପୁର ଥାନା ପୋଲିସ ।