ଭୁବନେଶ୍ୱର: ଦିନକୁ ଦିନ ରହସ୍ୟ ଘେରକୁ ଠେଲି ହୋଇଯାଉଛି ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ହତ୍ୟା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି । ଏଥିରେ ନିର୍ଯାତନାର କୋହଭରା କାହାଣୀ ଲେଖିଥିଲେ ମାନସ ସ୍ୱାଇଁ । ଏନେଇ ବୃଦ୍ଧାଶ୍ରମର ଲେଡି କେୟାର ଟେକର ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ତିନି ପୃଷ୍ଠାର ଗୁପ୍ତ ଚିଠି । ବନ୍ଦ ଘରେ କିଭଳି ହତ୍ୟାକାରୀ ନିର୍ଯ୍ୟାତନା ଦେଉଥିଲେ ସେନେଇ ଚିଠିରେ ଲେଖିଥିଲେ ମାନସ । ପାପୀଙ୍କ ହାତରେ ମୃତଦେହ ନ ଦେଇ ପରିବାର ଲୋକଙ୍କୁ ଦେବାକୁ ଚିଠିରେ ଲେଖିଥିଲେ ମାନସ । ତେବେ ମାନସ ଲେଖିଥିବା ଚିଠିକୁ ଛଡାଇ ନେଇଥିଲେ ଶର୍ମିଷ୍ଠା ।
ତେବେ କୁଆଡେ ଗଲା ମାନସ ସ୍ବାଇଁଙ୍କ ହାତଲେଖା ଚିଠି ସେନେଇ ଉଠିଛି ପ୍ରଶ୍ନ । କ୍ରାଇମବ୍ରାଞ୍ଚ ହାତରେ ଲାଗିବ ମାନସର ସେଇ ହାତଲେଖା ଚିଠି ତାହା ଏବେ ବଡ ପ୍ରଶ୍ନ । କାରଣ ଏହି ଚିଠି ହିଁ ଖୋଲିବ ମାନସ ହତ୍ୟାର ରହସ୍ୟ ।