ବୀରଭୂମ ହିଂସାକାଣ୍ଡ ଘଟଣା ପାଇଁ ରାଜ୍ୟସଭାରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲୀ

0
558
roopa-ganguly-became-emotional-in-rajya-sabha

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ବୀରଭୂମର ହିଂସାକୁ ନେଇ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ରାଜ୍ୟସଭାରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି। ଟିଏମସି ସମସ୍ୟାଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ନିଜ ବକ୍ତବ୍ୟ ରଖିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ରୂପା ଗାଙ୍ଗୁଲି ଏବଂ ପଶ୍ଚିମବଙ୍ଗରେ ରାଜନୈତିକ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିଲେ ।

ରୂପା ଗାଙ୍ଗୁଲି ମଧ୍ୟ ବୀରଭୂମିର ସାଂସଦ। ତେଣୁ ସେ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାରଙ୍କ ଅପାରଗତା ପାଇଁ ଏତେ ବଡ଼ ଘଟଣା ଘଟିଲା ବୋଲି ମଧ୍ୟ ସେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି କି, ଭୟରେ ଲୋକେ ପଶ୍ଚିମବଙ୍ଗ ଛାଡ଼ି ପଳାଉଛନ୍ତି। ପଶ୍ଚିମବଙ୍ଗରେ ଆମେ ରାଷ୍ଟ୍ରପତି ଶାସନ ଦାବି କରୁଛୁ। ସେଠାରେ ଗଣସଂହାର ଚାଲିଛି। ଲୋକେ ଘରବାଡ଼ି ଛାଡ଼ି ପଳାଉଛନ୍ତି। ରାଜ୍ୟରେ ଆଉ ରହିବା ଭଳି ପରିସ୍ଥିତି ନାହିଁ। ସାଂସଦ ରୂପା ଗାଙ୍ଗୁଲୀ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ଲୋକେ ପାଟି ଫିଟାଇ ପାରୁନାହାନ୍ତି। ସରକାର ଆତତାୟୀଙ୍କୁ ସୁରକ୍ଷା ଦେଉଛନ୍ତି। ନିର୍ବାଚନ ପାଇଁ ଗଣହତ୍ୟା କରୁଥିବା ସରକାର ଅନ୍ୟ କୌଣସି ରାଜ୍ୟରେ ନାହିଁ। ଆମେ ମଣିଷ। ଆମେ ପାଷାଣ-ହୃଦୟ ରାଜନୀତି କରୁନାହିଁ। ଏହି ରାଜ୍ୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଠି ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ । ଆମକୁ ବଞ୍ଚିବାର ଅଧିକାର ଅଛି । ପଶ୍ଚିମବଙ୍ଗରେ ଜନ୍ମ ହେବା କିଛି ଅପରାଧ ନୁହେଁ’ ବୋଲି କହିବା ବେଳକୁ ରୂପାଙ୍କ ଆଖିରୁ ଝରିଆସିଥିଲା ଧାରଧାର ଲୁହ । ନିଜ କୋହକୁ ସମ୍ଭାଳିପାରିନଥିଲେ ଏବଂ ଆଉ କିଛି କହିପାରିନଥିଲେ ରୂପା ।

Also Read  Rajya Sabha Election For 13 Seats Of Six States To Be Held on March 31