ନୂଆଦିଲ୍ଲୀ ୨୬.୦୩: ୨୦୦୬ ରେ ରିଲିଜ୍ ହୋଇଥିବା ଜନ୍ ଆବ୍ରାହମଙ୍କ ଫିଲ୍ମ ‘କାବୁଲ ଏକ୍ସପ୍ରେସ’ ଜବରଦସ୍ତ ହିଟ୍ ହୋଇଥିଲା। ଫିଲ୍ମର ସୁଟିଂ ସମୟରେ ଏପରି ଅନେକ ଘଟଣା ଘଟିଥିଲା ଯାହା ଜନ୍ ଏବଂ ଫିଲ୍ମର ପୁରା ଟିମ୍ କେବେ ଭୁଲିପାରିବେ ନାହିଁ। ନିକଟରେ, ଜନ୍ ସେହି ସମୟକୁ ମନେ ପକାଇଛନ୍ତି, ଯେତେବେଳେ ସେ ଆଫଗାନିସ୍ତାନରେ ତାଲିବାନଙ୍କଠାରୁ ଧମକ ପାଇଥିଲେ। ଏହି ଫିଲ୍ମର କାହାଣୀ ଜଣେ ଭାରତୀୟ ଓ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଆଫଗାନିସ୍ତାନ ଗାଇଡ୍ ବିଷୟରେ ଥିଲା। ଏହି ଫିଲ୍ମରେ ଜନ୍ ଭାରତୀୟ ସାମ୍ବାଦିକ ସୁହେଲ ଖାନଙ୍କ ଭୂମିକାରେ ଅଭିନୟ କରିଥିଲେ।
Death threats,suicide bombings, fired upon,sub zero cold..we faced it all to make #Kabul Express 😊#10YearsOfKabulExpress pic.twitter.com/WHdSFFSMO2
— Kabir Khan (@kabirkhankk) December 15, 2016
ସୁଟିଂ ସମୟକୁ ମନେ ପକାଇ ଜନ୍ କହିଛନ୍ତି, ‘ସେତେବେଳେ କୌଣସି ସୋସିଆଲ ମିଡିଆ ନଥିଲା। ମୁଁ ଯେତେବେଳେ ଆଫଗାନିସ୍ତାନରୁ ଯାଉଥିଲି, ଆଫଗାନିସ୍ତାନ ଲୋକମାନେ ମୋତେ କହିଥିଲେ – ଜନ୍, ତୁମେ ଯାହା ବି କରିବ କିନ୍ତୁ ଆଫଗାନିସ୍ତାନ ବିଷୟରେ କିଛି ଖରାପ କହିବ ନାହିଁ। ଜନ୍ କହିଛନ୍ତି, ‘ଆଜି ମୁଁ ଅନ୍ ରେକର୍ଡରେ କହିବାକୁ ଚାହେଁ ଯେ ଆଫଗାନିସ୍ତାନର ଲୋକମାନେ ଦୁନିଆର ସବୁଠାରୁ ଭଲ।
ଜନ୍ ସେହି ଘଟଣାକୁ ମଧ୍ୟ ମନେ ପକାଇଛନ୍ତି, ଯେତେବେଳେ ସେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାଙ୍କ ଘରେ ଥିଲେ। ସେ କହିଛନ୍ତି, ‘ଏହା ଜାତିସଂଘ ଅନୁମୋଦିତ ହୋଟେଲ ଥିଲା। ମୁଁ ଚା ପିଇବାକୁ ଛାତକୁ ଆସିଥିଲି। ଏକ ରକେଟ୍ ସାମ୍ନାରୁ ଆସି ଆମେରିକାର କନସୁଲେଟକୁ ଧକ୍କା ଦେଇଥିଲା। ଆଉ ଏକ ଘଟଣା ମଧ୍ୟ ଘଟିଥିଲା ଯେଉଁଠାରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଆମର ଏହି ଠିକଣାରେ ପହଞ୍ଚିବାର ୬ ଘଣ୍ଟା ପୂର୍ବରୁ ନିଜକୁ ବିସ୍ଫୋରଣ କରିଥଲା।

























