ରାଜ୍ୟରେ ଉପର ମୁହାଁ ତେଲଦର; ଲଗାତର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

0
204
Petrol and diesel prices increased

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ସାରା ଦେଶରେ ଆଜି ପଞ୍ଚମ ଦିନ ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଗତ ୬ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୫ ଥର ପାଇଁ ବଢିଛି । ୫ ଦିନରେ ତେଲ ଦର ୪ଟଙ୍କାରୁ ଅଧିକ ବଢ଼ିଛି । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଦର ଲିଟର ପିଛା ୫୫ ପଇସାକୁ ବୃଦ୍ଧି ପାଇଛି। ଦର ବୃଦ୍ଧି ପାଇବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା, ୧୦୫ଟଙ୍କା ୨୨ ପଇସା ଓ ଡିଜେଲ ଲିଟର ପିଛା ୧୦୪ଟଙ୍କା ୩୬ପଇସାରେ ପହଁଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୩୫ ପଇସା, ଓ ଡିଜେଲ ଲିଟର ୧୧୨ ଟଙ୍କା ୫୧ ପଇସା ରହିଛି । ତେବେ ଦିଲ୍ଳୀରେ ପେଟ୍ରୋଲ ଦର ଲିଟର ପିଛା ୯୮ଟଙ୍କା ୬୧ ପଇସା ଓ ଡିଜେଲ ୯୭ ଟଙ୍କା ୮୧ ପଇସା ହୋଇଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି ।

Also Read  ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୬୨ କୋଭିଡ୍ ପଜିଟିଭ୍

LEAVE A REPLY

Please enter your comment!
Please enter your name here