ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା, ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

0
1077

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା ହୋଇଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ ପରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୨ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁହେବ । ଏଣିକି ସମସ୍ତ କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ମହଙ୍ଗା ଭତ୍ତା ବାବଦକୁ ୩୪ ପ୍ରତିଶତ ଦେବାକୁ ଘୋଷଣା କରାଯାଇଛି । ଏହା ପୂର୍ବରୁ ମହଙ୍ଗା ଭତ୍ତା (ଡିଏ) ୩୧ ପ୍ରତିଶତ ମିଳୁଥିଲା ।

Also Read  ପୁଣି ରୋଷେଇ ଘରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର