କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ସବୁ ସତ ସତ ମାନିଗଲେ ନିରଞ୍ଜନ

0
345
Manas Swain Murder Case 2 accused remanded for another 3 days

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଉ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଜି ରିମାଣ୍ଡର ପଞ୍ଚମ ଦିନରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଦେଇଛନ୍ତି ଏହି ତଥ୍ୟ। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି । ଜେରା ବେଳେ କ୍ରାଇମବ୍ରାଞ୍ଚକୁ ନିରଞ୍ଜନ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।

କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାରେ ନିରଞ୍ଜନ ସେଠୀ ଅନେକ କଥା ସ୍ୱୀକାର କରି ସାରିଛନ୍ତି। ସେ ନିୟମିତ ଭାବେ ଦୟାଲ ଆଶ୍ରମକୁ ଯାଉଥିଲେ। ସେ ସଂପୂର୍ଣ୍ଣ ଅଫିସ୍‌କୁ ବି ନିୟମିତ ଭାବେ ଯାଉଥିଲେ। ଫେବ୍ରୁଆରୀ ୭ ତାରିଖ ଦିନ (ଯେଉଁ ଦିନ ମାନସଙ୍କୁ ଅପହରଣ କରାଯାଇଥିଲା) ନିରଞ୍ଜନ ସଂପୂର୍ଣ୍ଣ ଅଫିସ୍‌କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ସେଠାରେ ପହଞ୍ଚିଥିଲେ। ସେ ସେଠାରେ ପହଞ୍ଚିଲା ବେଳକୁ ଶର୍ମିଷ୍ଠା, ଝୁନା, ଝୁନାଙ୍କ ସ୍ୱାମୀ, ରାଜ୍‌, ଜଣେ କଂପ୍ୟୁଟର ଅପରେଟର ଓ ଶର୍ମିଷ୍ଠାଙ୍କ ଭାଉଜ ଉପସ୍ଥିତ ଥିଲେ। ମାନସଙ୍କୁ ଦୟାଲ ଆଶ୍ରମରୁ ସେଠାକୁ ଅଣାଯାଇଥିଲା। ସେଠାରେ ନିରଞ୍ଜନ ମଧ୍ୟ ମାନସଙ୍କୁ ପିଟି ଥିଲେ। ପ୍ରାୟ ରାତି ୧୦ଟା ବେଳେ ସେ ସଂପୂର୍ଣ୍ଣ ଅଫିସ୍‌ରୁ ବାହାରି ଯାଇଥିଲେ।

Also Read  Unable to repay loans, farmer allegedly commits suicide in Ganjam