ଡବଲ୍‌ ମର୍ଡର ମାମଲା: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

0
719
former-mla-anup-sai-has-been-sentenced-to-life-in-prison

ଝାରସୁଗୁଡା: ୨୦୧୬ ମସିହାରେ ସଂଗଠିତ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଳ୍ପନା ଦାଶ ଓ ଝିଅ ବବଲି ଦାଶ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଛତିଶଗଡ ରାୟଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କମଲେଶ୍ ଜଗଦଲା ଏହି ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ତଥା ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପୋକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୧୬ ମସିହା ଜୁନ ୫ ତାରିଖରେ ରାୟଗଡ ଜିଲ୍ଲାର ସମଲପୁରୀ ଗାଁ ନିକଟସ୍ଥ ମାଁ ଶାକମ୍ବରୀ ଷ୍ଟିଲ ପ୍ଳାଣ୍ଟରୁ ଅନତି ଦୂରରେ ରାସ୍ତା ଉପରେ ବ୍ରଜରାଜନଗରର ମହିଳା ଆଇନଜୀବୀ କଳ୍ପନା ଦାସ ଏବଂ ତାଙ୍କ ୮ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା। ତେବେ, ଘଟଣାର ବର୍ଷକ ପରେ ଉଭୟଙ୍କ ମୃତଦେହକୁ କଳ୍ପନାଙ୍କର ଜଣେ ସଂପର୍କୀୟ ଭାଇ ତଥା ବ୍ରଜରାଜନଗରର ହୋମଗାର୍ଡ ଚିହ୍ନଟ କରିଥିଲେ। ରାୟଗଡର ଚକ୍ରଧରନଗର ପୁଲିସ ଏନେଇ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଉ ୨୦୨୦ ଫେବ୍ରୁଆରୀ ମାସରେ ଅନୁପ ଏବଂ ଡ୍ରାଇଭର ବର୍ଧନଙ୍କୁ ଗିରଫ କରିଥିଲା। ତେବେ, ଏହି ଘଟଣାରେ ମୋଟ ୫୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା ପୁଲିସ। ଆଉ ମାନ୍ୟବର ଜିଲ୍ଲା ଓ ସେସନ୍ସ ଜର୍ଜ ଆଜି ଏହାର ରାୟ ପ୍ରକାଶ କରି ଅନୁପଙ୍କୁ ଧାରା ୩୦୨, ୨୦୧, ୧୨୦(ବି), 34 ଆଇପିସିରେ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହେଲେ ପ୍ରମାଣ ଅଭାବରୁ ବର୍ଧନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ,ଏହି ରାୟ ବିରୋଧରେ ଅନୁପ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Also Read  Odisha reports 170 Covid-19 New Cases; No cases in10 Districts