ମାଗଣା ଯୋଜନା ଜାରି ରଖିଲେ ରାଜ୍ୟମାନଙ୍କ ଅବସ୍ଥା ଶ୍ରୀଲଙ୍କା ଭଳି ହୋଇଯିବ ବୋଲି ମୋଦିଙ୍କୁ ଚେତାଇଲେ ବରିଷ୍ଠ ଅଧିକାରୀ

0
222
ରୁଷ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରୁଷ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନିର୍ବାଚନରେ ଭୋଟ୍ ପାଇଁ କିଛି ରାଜ୍ୟ ସରକାରଙ୍କ ମାଗଣା ବଣ୍ଟା ଯୋଜନା ସେହି ରାଜ୍ୟ ଗୁଡ଼ିକ ପାଇଁ ବଡ଼ ଧରଣର ଆର୍ଥିକ ସଂକଟ ସୃଷ୍ଟି କରିପାରେ । ଏପରିକି ସେମାନଙ୍କର ସ୍ଥିତି ଶ୍ରୀଲଙ୍କା ଓ ଗ୍ରୀସ୍ ଭଳି ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି କେତେକ ବରିଷ୍ଠ ଅଧିକାରୀ । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଦେଶର କିଛି ବରିଷ୍ଠ ଆଇଏଏସ୍ ଅଫିସର୍ ଏହି ଚେତାବନୀ ଦେଇଛନ୍ତି । ବିଶେଷକରି ସେମାନେ ୫ଟି ରାଜ୍ୟର ନାଁ ନେଇଛନ୍ତି । ସେମାନେ ହେଲେ ପଞ୍ଜାବ, ଦିଲ୍ଲୀ, ତେଲେଙ୍ଗାନ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ । ଏଠାରେ ବଣ୍ଟା ଯାଉଥିବା ମାଗଣା ଯୋଜନା ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭାଳ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ୨୪ ରୁ ଅଧିକ ସଚିବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜ ନିଜ ମତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ରଖିଥିଲେ । ମୋଦି ମଧ୍ୟ ସମସ୍ତଙ୍କ କଥା ମନଧ୍ୟାନ ଦେଇ ଶୁଣିଥିଲେ । ସୂତ୍ରରୁ ପ୍ରକାଶ, ଆର୍ଥିକ ଦୃଷ୍ଟିରୁ ଅବସ୍ଥା ଭଲ ନଥିବା ଏକ ରାଜ୍ୟରେ ସମ୍ପ୍ରତି ବିଧାନସଭା ନିର୍ବାଚନ ବେଳେ ଘୋଷଣା କରାଯାଇଥିବା ଜନପ୍ରିୟ ଯୋଜନା ଗୁଡିକ ସମ୍ପର୍କରେ ଦୁଇ ସଚିବ ଚିନ୍ତା ପ୍ରକଟ କରିଥିଲେ । ସେମାନେ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଯୋଜନା ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ସେମାନେ ଆର୍ଥିକ ଦୃଷ୍ଟିରୁ ସମ୍ଭବପର ନୁହେଁ । ଏପରି ମାଗଣା ଯୋଜନା ରାଜ୍ୟଗୁଡ଼ିକୁ ଶ୍ରୀଲଙ୍କା ରାସ୍ତାରେ ନେଇପାରେ।

ଶ୍ରୀଲଙ୍କା ବର୍ତ୍ତମାନ ଇତିହାସର ସବୁଠାରୁ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଇନ୍ଧନ, ରନ୍ଧନ ଗ୍ୟାସ୍, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି| ଏହାଛଡ଼ା, ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Also Read  ରାଜ୍ୟରେ ୪.୨୫କୋଟି ଡୋଜ ଟିକା ଦିଆସରିଲାଣି

LEAVE A REPLY

Please enter your comment!
Please enter your name here