ସାଧାରଣ ଲୋକଙ୍କ ଉପରେ ଟ୍ୟାଙ୍କର ଚଳାଇ ହତ୍ୟା କରିଛି ଋଷ: ଜେଲେନସ୍କି

0
1375
ukraine president zelensky-sacks-ambassadors-to-germany-india-and-three-other-nations

ଲଣ୍ଡନ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶର ସାଧାରଣ ନାଗରିକଙ୍କ ଉପରେ ରୁଷ ସେନା ଟ୍ୟାଙ୍କର ଚଲାଇ ଦେଇଥିଲେ। ଅନେକ ମହିଳାଙ୍କୁ ସେମାନଙ୍କ ପିଲାଙ୍କ ସାମ୍ନାରେ ବଳାତ୍କାର କରିଛନ୍ତି। ୟୁକ୍ରେନର ବୁଚା ସହରରେ ରୁଷର ସେନା ଯାହା କରିଛି ତାହା ଅତ୍ୟନ୍ତ ନିଷ୍ଠୁର । ଭିଡିଓ କନଫେରନିସିଂ ଜରିଆରେ ଜେଲେନସ୍କି ଏପରି କିଛି କହିଛନ୍ତି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରିବା ପାଇଁ ଜେଲେନସ୍କି ଏହି ଅବସରରେ ଆହ୍ୱାନ କରିଛନ୍ତି। ଋଷର ଅପରାଧ ପାଇଁ ସେ ଉତ୍ତରଦାୟିତ୍ୱ ଦାବି କରିଛନ୍ତି। ୟୁକ୍ରେନର ବୁଚା ଠାରେ ହୋଇଥିବା ଅତ୍ୟାଚାରକୁ ଜେଲେନସ୍କି କହିଛନ୍ତି ଯେ ଲୋକମାନେ ସେମାନଙ୍କ ଆପାର୍ଟମେଣ୍ଟରେ, ନିଜ ଘରେ ମୃତ୍ୟୁବରଣ କରିଛନ୍ତି। ରାସ୍ତାର କାରରେ ବସିଥିବା ସାଧାରଣ ନାଗରିକମାନଙ୍କ ଉପରେ ଟ୍ୟାଙ୍କର ମଡାଯାଇଥିଲା। ଏ ନେଇ ମିଳିତ ଜାତିସଂଘ ତୁରନ୍ତ ତଦନ୍ତ କରିବା ଆବଶ୍ୟକ, ଏବଂ ଏହାର ବ୍ୟବସ୍ଥାରେ ତୁରନ୍ତ ସଂସ୍କାର ଆଣିବା ଉଚିତ ବୋଲି ସେ କହିଛନ୍ତି।

ଏଥିସହିତ, ୟୁଏନଏସସି ପ୍ରେସିଡେନ୍ସିରେ ଋଷ ଫେଡେରେଶନର ପ୍ରତିନିଧି କହିଛନ୍ତି ଯେ ଆମେ ଏପ୍ରିଲ ୩ ଏବଂ ୪ରେ ଜରୁରୀକାଳୀନ ବୈଠକ ପାଇଁ ଅନୁରୋଧ କରିଥିଲୁ କିନ୍ତୁ ଆପଣ ଏହାକୁ ମନା କରି ଦେଇଛନ୍ତି। ଏହା ଏକ ଅପମାନଜନକ ପରିସ୍ଥିତି। ଯଦି ଆପଣ ଆମର ପ୍ରସ୍ତାବରେ ସହମତ ନୁହଁନ୍ତି, ତେବେ ଆପଣ ଏକ ବୈଠକ ଡାକି ସଭାକୁ ଭୋଟ୍ ଦେବା ପାଇଁ ପରାମର୍ଶ ଦେବା ଉଚିତ୍ ନଥିଲା କି? ଆମର ରାଷ୍ଟ୍ରପତି ଶାସନ କାଳରେ ଆମେ ୟୁକ୍ରେନ ଉପରେ ଥିବା ବୈଠକକୁ ଡାକିବାକୁ ମନା କରିନାହୁଁ ।

ଏହାର ଜବାବ ଦେବାକୁ ଯାଇ ବ୍ରିଟେନର ପ୍ରତିନିଧି କହିଛନ୍ତି, ଆମେ ଏକ ବୈଠକ ପାଇଁ ଆପଣଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ନାହୁଁ, ଆମେ ୩ ଏପ୍ରିଲରେ ଆପଣଙ୍କ ଚିଠି ପାଇଛୁ ଏବଂ ଏହା ଆମର ଦାୟିତ୍ୱ । ୪ ଏପ୍ରିଲ ପାଇଁ ପ୍ରସ୍ତାବ ଥିଲା ଏବଂ ଆମେ ଆଜି ଏହାକୁ ୪୮ ଘଣ୍ଟା ମଧ୍ୟରେ କରିଛୁ।

Also Read  ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ