‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨ର ୧୦ମ ସ୍ଥାନରେ ମୁକେଶ ଅମ୍ବାନି

0
407
forbes-richest-list-2022-mukesh-ambani-in-10th-rank

ନୂଆଦିଲ୍ଲୀ: ଆଜି ଫୋବର୍ସ ପକ୍ଷରୁ ବାର୍ଷିକ ବିଶ୍ୱ ଅରବପତିଙ୍କ ତାଲିକା ଜାରି କରାଯାଇଛି। ଏହି ବିଶ୍ୱ ଧନୀ ତାଲିକାରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ବାଜି ମାରି ନେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।

ଚଳିତ ବର୍ଷ ଏହି ତାଲିକାର ପ୍ରଥମ ସ୍ଥାନରୁ ‘ଆମାଜନ୍‌’ର ସଂସ୍ଥାପକ ଜେଜ୍‌ ବିଜୋସ୍‌ଙ୍କୁ ‘ସ୍ପେସ୍‌ଏକ୍ସ୍‌’ ଏବଂ ‘ଟେଲ୍‌ସା’ର ‘ସିଇଓ’ ଏଲନ୍‌ ମସ୍କ୍‌ ହଟାଇ ଦେଇଛନ୍ତି। ଅମ୍ବାନୀ ଓ ଆଦାନୀଙ୍କ ବ୍ୟତୀତ ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଧନୀଙ୍କ ମଧ୍ୟରେ ୪୭ତମ ସ୍ଥାନରେ ଏଚସିଏଲ ଟେକ୍ନୋଲଜି ଲିଃର ପ୍ରତିଷ୍ଠାତା ଶିବ ନାଦର, ୫୬ତମ ସ୍ଥାନରେ ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ସାଇରସ ପୁନାୱାଲା, ଆଭିନ୍ୟୁ ସୁପରମାର୍କେଟର ପ୍ରତିଷ୍ଠାତା ରାଧାକ୍ରିଷ୍ଣନ ଦାମାନି ୮୧ନଂ, ୮୯ତମ ସ୍ଥାନରେ ଲକ୍ଷ୍ମୀ ମିତ୍ତଲ, ୯୧ତମ ସ୍ଥାନରେ ସାବିତ୍ରୀ ଜିନ୍ଦଲ ଆଣ୍ଡ ଫ୍ୟାମିଲି, ୧୦୯ତମ ସ୍ଥାନରେ କୁମାର ବିର୍ଲା, ୧୧୫ତମ ସ୍ଥାନରେ ସନ ଫାର୍ମାସିଟ୍ୟୁକାଲର ପ୍ରତିଷ୍ଠାତା ଦିଲୀପ ସଙ୍ଘଭୀ ଓ ୧୨୯ତମ ସ୍ଥାନରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ ରହିଛନ୍ତି।

ବିଶ୍ବର ୩୬ତମ ଶ୍ରେଷ୍ଠ ଧନୀ ତାଲିକାରେ ସମୁଦାୟ ୨,୬୬୮ଜଣ କୋଟିପତି ସ୍ଥାନ ପାଇଛନ୍ତି। ବ୍ୟବସାୟ ପତ୍ରିକା ‘ଫୋର୍ବସ୍‌’ କହିବା ଅନୁସାରେ, ଯୁଦ୍ଧ, ମହାମାରୀ ଏବଂ ମାନ୍ଦା ବଜାର ଶ୍ରେଷ୍ଠ ବିତ୍ତଶାଳୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। କିନ୍ତୁ, ଗତ ବର୍ଷ ଅପେକ୍ଷା ୧୦୦୦ କୋଟିପତି ଚଳିତ ବର୍ଷ ଆହୁରି ଅଧିକ ଧନୀ ହୋଇଛନ୍ତି। ଏହି କୋଟିପତି ତାଲିକାରେ ୨୩୬ଜଣ ନୂଆ କୋଟିପତିଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଥିବା ୭୩୫ଜଣ ଆମେରିକୀ କୋଟିପତିଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୪.୭ ଟ୍ରିଲିୟନ୍‌ ଡଲାର୍‌।

Also Read  ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ହମଲା: ଜଣେ ସହିଦ୍, ଜଣେ ଆହତ