ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି

0
197
IMD Issues Red Warning For 11 Districts; Heavy To Very Heavy Rainfall Predicted
IMD Issues Red Warning For 11 Districts; Heavy To Very Heavy Rainfall Predicted

ଭୁବନେଶ୍ବର: ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ୮ ତାରିଖ ମଧ୍ୟାହ୍ନରୁ ୧୦ ତାରିଖ ଅପରାହ୍ନ ଯାଏ ପାଗ ଶୁଖିଲା ରହିବ । ବୁଧବାର ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ହିସବୁ ଜିଲ୍ଲାରେ କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ଓ ମଧ୍ୟମ ଧରଣର ବର୍ଷା ହୋଇଛି ।

Also Read  ଲେମ୍ବୁଦର ଆକାଶଛୁଆଁ; ଏହି ରାଜ୍ୟରେ ଲେମ୍ବୁ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି !

LEAVE A REPLY

Please enter your comment!
Please enter your name here