ବୁର୍ଲାରେ ରୋଗୀଙ୍କ ସଂପର୍କୀୟଙ୍କୁ ହତ୍ୟା: ରକ୍ତାକ୍ତ ଅବସ୍ଥାରେ ମିଳିଲା ମୃତଦେହ

0
694

ବୁର୍ଲା : ବୁର୍ଲା ଥାନା ଅଧୀନରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି। ଗୁରୁବାର ଭୋର ସମୟରେ ମୃତ ଯୁବକ ଜଣକ ପାୱାର କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ମହୁଲପାଲିର ଲ‌ମ୍ବୋଧର ନାୟକ (୪୫)। ତାଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ନେତାଜୀ ଛକରୁ ଗୌଡ଼ପାଲି ରାସ୍ତାରେ ଥିବା ପାଓ୍ବାର କେନାଲ କୂଳରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ତେବେ ପୁଲିସ ମୃତଦେହକୁ ଜବତ କରି ଫ୍ରିଜରରେ ରଖିଥିବା ସୂଚନା ମିଳିଛି। ଭୋରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ଖବର ପାଇ ବୁର୍ଲା ପୁଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବିଭ୍ରାଟ ଅଭିଯୋଗ ଆଣିଲା ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ