ରାଜଧାନୀରୁ ବାଇକ ଚୋର ରାକେଟ ଠାବ; ୩୦ରୁ ଅଧିକ ଚୋରା ବାଇକ୍ ଜବତ, ୬ ଗିରଫ

0
416
bike-theft-gang-arrested-by-commissionerate-police from bhubaneswar

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ ସଫଳତା । ରାଜଧାନୀରୁ ଏକ ବଡ ଧରଣର ବାଇକ ଚୋର ରାକେଟ ଠାବ କରିଛି କମିଶନରେଟ ପୋଲିସ । ସେମାନଙ୍କଠାରୁ ୩୦ରୁ ଅଧିକ ବାଇକ ଜବତ କରାଯାଇଛି । ରାକେଟରେ ସମ୍ପୃକ୍ତ ୬ ବାଇକ ଚୋରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ବାଇକ ଚୋରଙ୍କୁ ଗିରଫ କରାଯାଇଛି। ରାଜଧାନୀର ବିଭିନ୍ନ ଅଂଚଳରୁ ଏହି ଗ୍ଯାଙ୍ଗ ସଦସ୍ଯ ଚୋରି କରୁଥିଲେ। ଏମାନଙ୍କୁ ଧରିବାରେ ସଫଳ ହୋଇଛି ସ୍ପେଶାଲ ସ୍କ୍ବାର୍ଡ। ଆଉ ୨ ବାଇକ ଚୋର ଫେରାର ଅଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ କହିଛନ୍ତି କମିଶନର ।

Also Read  ଶୀତ ଅଧିବେଶନ ଆରମ୍ଭ : ଭିତରେ ଶୋକ, ବାହାରେ “ମମିତା ତାତି”