ଭାରତ ଏକ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ଦେଶ, କୌଣସି ଦେଶ ଧମକାଇ ପାରିବେନି: ଇମ୍ରାନ

0
329

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ଭାବବିହ୍ୱଳ ନିବେଦନ କରିବା ସହ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଭାରତକୁ ଅନ୍ୟଠୁ ଅଧିକ ଜାଣିଛି। ସେଠାରେ ମୋର ସାଙ୍ଗ ସାଥୀ ରହିଛନ୍ତି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆରଏସଏସ ସହ ଆମର ସମ୍ପର୍କ ଏବଂ ସେମାନେ କଶ୍ମୀରରେ ଯାହା କରନ୍ତି ତାହା ଠିକ୍ ନୁହେଁ। ଭାରତୀୟମାନେ ବହୁତ ଗର୍ବୀ। ସେମାନଙ୍କୁ କେହି ନିର୍ଦ୍ଦେଶ ଦେଇପାରିବେ ନାହିଁ। କିନ୍ତୁ ମୁଁ କହୁଛି ଯେ କୌଣସି ମହାଶକ୍ତିର ଭାରତର ବୈଦେଶିକ ନୀତିରେ ହସ୍ତକ୍ଷେପ କରିବାର କ୍ଷମତା ବା ଅଧିକାର ନାହିଁ।

ସେ କହିଛନ୍ତି, ଭାରତ ଓ ପାକିସ୍ତାନ ଏକା ସମୟରେ ସ୍ୱାଧୀନ ହୋଇଥିଲେ। ଭାରତରେ ମୋର ଅନେକ ବନ୍ଧୁ ଅଛନ୍ତି। କେବଳ କଶ୍ମୀର କାରଣରୁ ଭାରତ ସହ ଆମର ଭଲ ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଭାରତ ଏକ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ଦେଶ। କୌଣସି ଦେଶ ଭାରତକୁ ଧମକ ଦେଇପାରିବେ ନାହିଁ।

ଇମ୍ରାନ ତାଙ୍କ ଦେଶର ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ କହିଛନ୍ତି, ସେ କେବେ ନିରପେକ୍ଷ ଅମ୍ପାୟାରଙ୍କ ସହ ଖେଳି ନାହାନ୍ତି। ଯେଉଁଥିପାଇଁ ସେମାନେ ଇଭିଏମକୁ ଭୟ କରୁଛନ୍ତି। ବିରୋଧୀ ବିଦେଶୀ ପାକିସ୍ତାନୀଙ୍କୁ ଭୋଟ୍ ଦେବାରୁ ଅଟକାଇବାକୁ ଚେଷ୍ଟା କରିବେ। ଏପରି କରି ଇଭିଏମ୍ ଶେଷ କରିବାକୁ ଚାହୁଁଛନ୍ତି। ଭାରତରେ କିନ୍ତୁ ଇଭିଏମ୍ ବ୍ୟବହାର ହେଉଛି।

ସେପଟେ ଇମ୍ରାନଙ୍କୁ ଜବାବ ଦେବାକୁ ଯାଇ ମରିୟମ ନଓ୍ୱାଜ କହିଛନ୍ତି, ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ 27ଟି ଅନାସ୍ଥା ପ୍ରସ୍ତାବ ଆସିଥିଲା। କେହି ଜଣେ ସମ୍ବିଧାନ, ଗଣତନ୍ତ୍ର ଓ ନୈତିକତା ସହ କେହି ଖେଳି ନାହାନ୍ତି। ବାଜପେୟୀ ଗୋଟିଏ ଭୋଟରେ ହାରିଗଲେ । ଘରକୁ ପଳେଇଲେ । କିନ୍ତୁ ସମ୍ବିଧାନ ଓ ଦେଶକୁ ବନ୍ଧକ ଭାବେ ରଖିନଥିଲେ। ଏପରି କହି ଇମ୍ରାନଙ୍କୁ ସେ ତାଚ୍ଛଲ୍ୟ କରିଛନ୍ତି।

କ୍ଷମତା ପାଇଁ ଜଣେ କାନ୍ଦୁଥିବାର ପ୍ରଥମ ଥର ଦେଖିଛି ବୋଲି ମରିୟମ କହିଛନ୍ତି। ସେ କାନ୍ଦି କାନ୍ଦି କହୁଥିଲେ ଯେ ତାଙ୍କ ପାଇଁ କେହି ବାହାରକୁ ଆସୁନାହାନ୍ତି ବୋଲି ନଓ୍ୱାଜ କହିଛନ୍ତି। ଆପଣ ହିଁ 3 ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ କାନ୍ଦିବାକୁ ବାଧ୍ୟ କରିଥିଲେ। କ୍ଷମତା ହରାଇବା ପରେ ଏଠିକାର ଲୋକେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ। ଆପଣ କ୍ଷମତାରୁ ହଟିବାକୁ ଥିବା ବେଳେ ସମ୍ବିଧାନକୁ ଭାଙ୍ଗିଥିଲେ।

Also Read  ଏପ୍ରିଲ ୧୭ରେ ନୁହେଁ, ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ-ରଣବୀର; ମହେଶ ଭଟ୍ଟଙ୍କ ଭାଇ କଲେ ଖୁଲାସା