ଜମି ବିବାଦରେ ଫସିଲେ ଜୟା ବଚ୍ଚନ ; ଭୋପାଳ ଜିଲ୍ଲା କୋର୍ଟରୁ ଆସିଲା ନୋଟିସ

0
2347

ଭୋପାଳ : ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଭୋପାଳରେ ଏକ ଜମି ବିବାଦରେ ଛନ୍ଦି ହୋଇଛନ୍ତି। ଜମି କାରବାରରୁ ଟଙ୍କା ନେବା ପରେ ଜୟା ଓଲଟି ପଡିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଭୋପାଳ ଜିଲ୍ଲା କୋର୍ଟ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନୋଟିସ ପଠାଇଛନ୍ତି। ସୂଚନାନୁସାରେ, ଭୋପାଳର ସେଭେନିଆ ଗୌଡରେ ଜୟା ବଚ୍ଚନଙ୍କର ପାଞ୍ଚ ଏକର ଜମି ଅଛି। ଜୟା ବଚ୍ଚନ ପୂର୍ବତନ ବିଧାୟକ ଜିତେନ୍ଦ୍ର ଡାଗାଙ୍କ ପୁଅ ଅନୁଜ ଡାଗାଙ୍କ ସହ ଏକର ପ୍ରତି ପ୍ରାୟ ୧ କୋଟି ଟଙ୍କାରେ ଜମି ବିକ୍ରି କରିବାକୁ ଚୁକ୍ତି କରିଥିଲେ।

ଅନୁଜ ଡାଗା ମଧ୍ୟ ଜୟା ବଚ୍ଚନଙ୍କ ଆକାଉଣ୍ଟରେ ୧ କୋଟି ଟଙ୍କା ଜମା କରିଥିଲେ। ଅନୁଜଙ୍କ ଓକିଲ କହିଛନ୍ତି ଟଙ୍କାକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ଦିନ ରଖିବା ପରେ ଜୟା ଗୁପ୍ତ ଭାବରେ ଟଙ୍କା ଫେରସ୍ତ କରିଦେଲେ। ଅନୁଜଙ୍କ ଓକିଲ କହିଛନ୍ତି, ଜୟାଙ୍କ ତରଫରୁ ରାଜେଶ ଯାଦବ ଅଧିକ ଟଙ୍କା ମାଗିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଜୟା ତାଙ୍କ ଜମିକୁ ଏକର ପିଛା ୨ କୋଟିରେ ବିକ୍ରି କରିବାକୁ ଚାହୁଁଛନ୍ତି। ଏହି ମାମଲାରେ ଅନୁଜ ଜୟା ବଚ୍ଚନଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ। ଜୟାଙ୍କୁ ନୋଟିସ ଜାରି କରି କୋର୍ଟ ତାଙ୍କୁ ଏପ୍ରିଲ ୩୦ ରେ ଉପସ୍ଥାପନ କରିବାକୁ କହିଛନ୍ତି।

Also Read  କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ: ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା