ମହାକାଳପଡ଼ାରେ ସଶସ୍ତ୍ର ଡକାୟତି, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

0
207
salute after stole Rs 15 lakh worth of jewelery in bhubaneswar

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଏକ ଘରେ ହୋଇଛି ସଶସ୍ତ୍ର ଡକାୟତି। ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ । ଲୁଟେରାଙ୍କ ଆକ୍ରମଣରେ ପରିବାର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ୩ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୭ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ ଜଣ ଡକାୟତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କୁ ଭୟଭୀତ କରି ଖସିଯିବାକୁ ଚେଷ୍ଟା କରି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ ଡକାୟତ ।

ସୂଚନା ମୁତାବକ ଡକାୟତମାନେ ସଂଘବଦ୍ଧ ହୋଇ ଗତକାଲି ପ୍ରାୟ ରାତି ଗୋଟାଏ ସମୟରେ କାର୍ତ୍ତିକ ସ୍ବାଇଁଙ୍କ ଘରେ ପଶି ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହିତ ୨ ଲକ୍ଷରୁ ଅଧିକ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଡକାୟତମାନେ ଡକାୟତି କରି ଫେରାର ହୋଇଯାଉଥିବା ବେଳେ ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଉଠିପଡ଼ିଥିଲେ। ଗ୍ରାମବାସୀମାନେ ଆସିଯିବାର ଦେଖି ଡକାୟତମାନେ ଫେରାର ହୋଇଯାଉଥିବା ବେଳେ ୨ ଜଣ ଡକାୟତଙ୍କୁ ଗ୍ରାମବାସୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତଙ୍କ ଆକ୍ରମଣରେ କାର୍ତ୍ତିକ ସ୍ବାଇଁଙ୍କ ସହିତ ତାଙ୍କ ପତ୍ନୀ ଏବଂ ଭାଇ ଗୁରୁତର ଆହତ ହୋଇଛନ୍ତି। ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ୨ ରାଉଣ୍ଡ ଫାୟାରିଙ୍ଗ ହୋଇଥିବାର ସୂଚନା ମିଳିଛି। ୨ ଜଣ ଡକାୟତ ଧରାପଡ଼ିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Also Read  Rare Melanistic Tiger Spotted at Similipal

LEAVE A REPLY

Please enter your comment!
Please enter your name here