ମହାନଦୀରେ ୩ ଯୁବକ ବୁଡ଼ିବା ଘଟଣା: ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ନିଖୋଜ

0
413

କଟକ: ଆଜି ଅପରାହ୍‌ଣରେ ମହାନଦୀରେ ବୁଡ଼ିଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମଳିିଛି। ଡାକ୍ତରମାନେ ଉଦ୍ଧାର ହୋଇଥିବା ଯୁବକଙ୍କୁ ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରିଥିବା ପରେ ମଧ୍ୟ ବଞ୍ଚାଇପାରି ନାହାନ୍ତି। ସାହିଲ ନାମରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି କାମରେ ଓଡ୍ରାଫ ଟିମ୍‌ ନିୟୋଜିତ ଅଛନ୍ତି।

ସୂଚନା ଅନୁସାରେ କଟକର ଜୋବ୍ରା ନିକଟ ଦେଇ ପ୍ରବାହିତ ହେଉଥିବା ମହାନଦୀକୁ ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳକୁ କଟକର ଚାରିଘରିଆ ଅଞ୍ଚଳର କିଛି ଯୁବକ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ତିନି ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ବୁଡ଼ିଯାଉଥିବାରୁ ଅନ୍ୟମାନେ ଓ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୨ ଯୁବକଙ୍କ ନିଖୋଜ ବାବଦରେ ଓଡ୍ରାଫକୁ ସୂଚନା ଦେଇଥିଲେ। ଖବର ମିଳିବା ପରେ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ନିଖୋଜ ହୋଇଥିବା ଅନ୍ୟ ୨ ଜଣଙ୍କୁ ଓଡ୍ରାଫ ଟିମ୍‌ ଖୋଜୁଛି। କିନ୍ତୁ ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

Also Read  ଜୁଲାଇ ୨୧ରେ ପୁଣି ଇଡିରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ୍‌