ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇଙ୍କ ପରିବାରର ସମସ୍ତ ୫ଜଣକୁ ଅତି ନୃଶଂସ ଭାବେ ହତ୍ୟା କଲା ସାନଭାଇ

0
133
younger-brother-killed his-elder-brothers whole family-in mahanga

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଅଘଟଣ । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ସୀମା ଟପିଲା ପାରିବାରିକ କଳହ। ଜମିଜମା ବିବାଦରୁ ବଡ ଭାଇ ପରିବାରର ୫ଜଣଙ୍କୁ ହତ୍ୟା କଲା ସାନ ଭାଇ । ହତ୍ୟା କରିଥିବା ନେଇ ସାନ ଭାଇ ଭିଡିଓରେ ସ୍ୱୀକାର କରିଛି । ବଡଭାଇର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି । ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ସାନଭାଇ ଆତ୍ମସମର୍ପଣ କରିଛନ୍ତି। ଅଭିଯୁକ୍ତଙ୍କ ନାଁ ଶିବ ସାହୁ।

ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ଋଷି ଏବଂ ଝିଅ ପାୟଲ। ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ। ସୂଚନା ଅନୁସାରେ, ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାବେଳେ, ଗତକାଲି ରାତିରେ ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଥିଲା ସାନ ଭାଇ । ଜମିବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ହତ୍ୟା ପରେ ଘର ଭିତରେ ପଡ଼ି ରହିଛି ମୃତଦେହ । ଏହି ଘଟଣା ପରେ ପୋଲିସ ଉକ୍ତ ଘରକୁ ଜଗି ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଘରର କବାଟ ଖୋଲାଯାଇଥିବା ଜଣାପଡିଛି ।

ତେବେ ସାନଭାଇ ଭିଡିଓରେ ନିଜେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ସେ କହିଛି, ପାରିବାରିବ କଳହ ସକାଶେ ମୋ ଭାଇ ଆଉ ମୋ ଭିତରେ ତିକ୍ତତା ଲାଗି ରହିଥିଲା । ତେଣୁ ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । କେବଳ ସେତିକି ନୁହେଁ, ଗତକାଲି ରାତିରେ ବଡଭାଇ, ଭାଉଜ ଏବଂ ତାର ପିଲାମାନେ ମୋତେ ମିଶିକି ମାରିଥିଲେ । ତେଣୁ ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରିଦେଇଛି । ଆଇନ୍ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି ।

Also Read  ୧୨ ରୁ ଖୋଲିବ ସବୁ ଧର୍ମାନୁଷ୍ଠାନ : ଏଥର ୧୫ବର୍ଷରୁ କମ୍ ବୟସ୍କଙ୍କୁ ପ୍ରବେଶ ଅନୁମତି

LEAVE A REPLY

Please enter your comment!
Please enter your name here