ବାଂଲାଦେଶରେ ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗ

0
646
iskcon-radhakanta-temple-vandalised-bangladesh-dhaka

ଢାକା: ବାଲାଂଦେଶର ଏକ ହିନ୍ଦୁ ମନ୍ଦିର ଉପରେ କେହି ଦୁବୁର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ଢାକାର ବାରୀରେ ୨୨୨ ଲାଲ ମୋହନ ସାହା ଷ୍ଟ୍ରିଟ୍ ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗତକାଲି ସନ୍ଧ୍ୟା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ନେତୃତ୍ୱ ହାଜି ସେଫୁଲ୍ଲାହ ନେଇଥିଲା ବେଳେ ଏହି ଭିଡ଼ରେ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ ।

ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ଢାକା ୱାରିର ୨୨୨ ଲାଲ ମୋହନ ସାହା ଛକରେ ରହିଛି | ଗୁରୁବାର ରାତି ପ୍ରାୟ ୭ଟା ସମୟରେ ମୁସଲିମ ନେତା ହାଜି ସୈଫୁଲ୍ଲାଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ ଲୋକ ଜବରଦସ୍ତ ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ମାଓବାଦୀମାନେ ମଧ୍ୟ ମନ୍ଦିରକୁ ଲୁଟ୍ କରିଥିଲେ। ଏହି ସମୟରେ ମନ୍ଦିରରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ମଧ୍ୟ ମାଡ ଦିଆଯାଇଥିଲା, ଯେଉଁଥିପାଇଁ ସେମାନେ ଆହତ ହୋଇଥିଲେ।

ଆପଣଙ୍କୁ କହିରଖୁଛୁ ଯେ ବାଂଲାଦେଶରେ ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣର ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ନବରାତ୍ର ସମୟରେ କିଛି ଦୁର୍ଗା ମଣ୍ଡପ ଉପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଉକ୍ତ ହିଂସାରେ ୨ ହିନ୍ଦୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

Also Read  Bangladesh wins 2nd T20 International against New Zealand