ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଆକ୍ରମଣ, ପିଏସ୍‌ଓ ଓ ଡ୍ରାଇଭର ଆହତ

0
170
attack-on-loisingha-mlas vehicle

ବଲାଙ୍ଗିର: ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଆକ୍ରମଣ । ବିଧାୟକଙ୍ଗ ଗାଡି ଉପରକୁ ଦୁଇ ଜଣ ଦୁର୍ବତ୍ତଙ୍କ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ବଲାଙ୍ଗିର- ସମ୍ବଲପୁର ଜାତୀୟ ରାଜପଥ ୨୬ରେ ବୁର୍ଡା ଛକରେ ବିଧାୟକଙ୍କ ଗାଡ଼ି ଉପରକୁ ଦୁଇ ଜଣ ଯୁବକ ଢେଲା ପଥର ମାଡ଼ କରିବା ସହ ବିଧାୟକଙ୍କ ପିଏସ୍‌ଓ ଓ ଗାଡ଼ି ଡ୍ରାଇଭରକୁ ଆକ୍ରମଣ କରିଛନ୍ତି। ପିଏସ୍‌ଓ ଶଂକର ବରିହା ଓ ଡ୍ରାଇଭର ଦେବରାଜ ନାଗଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଛ ସିଟ୍‌ରେ ବିଧାୟକ ବସିଥିବାରୁ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ବାଦିବାହାଲରୁ ନିଜ ଗାଁକୁ ଫେରିବା ବେଳେ ବିଧାୟକଙ୍କ ଉପରକୁ ଆକ୍ରମଣ ହୋଇଛି। ତେବେ କିଏ ଓ କାହିଁକି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇନାହିଁ । ଆକ୍ରମଣ କରି ଦୁବୃର୍ତ୍ତ ଫେରାର ହୋଇଥିବା ବେଳେ ଏହି ଘଟଣାରେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି ।

Also Read  Steel and Mines Minister: E-auction of mining blocks doesn't stop mining theft in Odisha

LEAVE A REPLY

Please enter your comment!
Please enter your name here