ସୋନମ୍‌ଙ୍କ ଶାଶୁଘରୁ ୨.୪୭ କୋଟି ଚୋରି ମାମଲାରେ ଦୁଇ ଗିରଫ

0
475

ଅଭିନେତ୍ରୀ ସୋନମ୍‌ କପୁରଙ୍କ ଶାଶୁଘରୁ ଚୋରି ମାମଲାରେ ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ନରେଶ ଓ ଅପର୍ଣ୍ଣା। ଅପର୍ଣ୍ଣା ନର୍ସ କାମ କରନ୍ତି। ତାଙ୍କର ସୋନମ୍‌ଙ୍କ ଶାଶୁ ସରଳା କପୁରଙ୍କ ଘରକୁ ଯିବାଆସିବା ରହିଥିଲା। ସେ ସୁଯୋଗ ଉଣ୍ଡି ତାଙ୍କ ଘରୁ ଗହଣା ଓ କ୍ୟାଶ୍‌ ଚୋରି କରି ନେଉଥିଲେ, ଯାହାର ମୋଟ ମୂଲ୍ୟ ୨.୪୭ କୋଟି ବୋଲି ଜଣାପଡ଼ିଥିଲା। ସୋନମ୍‌ଙ୍କ ଶାଶୁଘର ନୂଆଦିଲ୍ଲୀସ୍ଥିତ ଅମୃତା ଶେରଗିଲ ମାର୍ଗରେ ରହିଛି। ଅପର୍ଣ୍ଣା ସେଠି ଶାଶୁଙ୍କ ଦେଖାଶୁଣା କରନ୍ତି। ତାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଅଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ଅପରାଧ ଶାଖା ଟିମ୍‌ ମଙ୍ଗଳବାର ରାତିରେ ସ୍ଥାନୀୟ ସରିତା ବିହାରରେ ଚଢ଼ାଉ କରି ଅପର୍ଣ୍ଣା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଆଗକୁ ତଦନ୍ତ ଜାରି ରହିଛି। ଏ ନେଇ ଆଇପିସି ଧାରା ୩୮୧ ଅଧୀନରେ ମାମଲା ରୁଜୁ କରାଯାଇଛି।

ସୋନମ୍‌ ଓ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ ଯେ ତାଙ୍କ ଘରୁ ଗହଣା ଏବଂ ନଗଦ ଟଙ୍କା ମିଶାଇ ମୋଟ ୨.୪ କୋଟିର ଚୋରି ହୋଇଛି। ଘଟଣା ସମ୍ପର୍କରେ ସେମାନେ ୧୧ ଫେବୃଆରୀରେ ଜାଣିବାକୁ ପାଇଥିବା ବେଳେ ଏ ନେଇ ୨୩ ଫେବୃଆରୀରେ ପୋଲିସରେ ଅଭିଯୋଗ କରିଥିଲେ।

Also Read  Anil, Salman, SRK dance their heart out at Sonam's wedding reception