ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଦ ଦିଲ୍ଲୀ ଫାଇଲ୍ସ’

0
372
director-vivek-agnihotri-announces-new-project-the-delhi-files

ନୂଆଦିଲ୍ଲୀ: କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍‌ରେ ଧମାଲ୍ କରିବା ପରେ ଏବେ ବିବେକ ଅଗ୍ନିହୋତ୍ରୀ କରିଛନ୍ତି ଏକ ବଡ଼ ଘୋଷଣା। ଆଗାମୀ ଦିନରେ ସେ ‘ଦ ଦିଲ୍ଲୀ ଫାଇଲ୍ସ’ ନାମରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଫିଲ୍ମକୁ ସାରା ଦେଶବାସୀ ପସନ୍ଦ କରିଥିଲେ ।

ଆଗାମୀ ଦିନରେ ସେ ଦ ଦିଲ୍ଲୀ ଫାଇଲ୍ସ ନାମରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ତେବେ ଟୁଇଟ୍ କରି ସେ ଲେଖିଛନ୍ତି, ମୁଁ ସେହି ସବୁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ କାଶ୍ମୀର ଫାଇଲ୍ସ ନିର୍ମାଣ କରିଛନ୍ତି । ଗତ ୪ ବର୍ଷ ଆମେ ପୂରା ସଚ୍ଚୋଟ୍ଟତାର ସହ ପରିଶ୍ରମ କରିଥିଲୁ । କାଶ୍ମୀର ହିନ୍ଦୁଙ୍କ ଉପରେ ହୋଇଥିବା ନରସଂହାର ଏବଂ ଅନ୍ୟାୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଖୁବ୍ ଜରୁରୀ ଥିଲା। ଏବେ ନୂଆ ଫିଲ୍ମ କରିବାର ସମୟ ଆସିଛି।

ତେବେ ତାଙ୍କର ଏହି ଘୋଷଣା ପରେ, ସୋସିଆଲ୍ ମିଡିଆରେ ଲୋକମାନେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଦ ଦିଲ୍ଲୀ ଫାଇଲ୍ସରେ କେଉଁ ବିଷୟରେ ଦେଖିବାକୁ ମିଳିବ ତାହା ଏବେ ଖୁବ ଚର୍ଚ୍ଚାରେ ଥିବା ଜଣାପଡିଛି ।

Also Read  Entertainment: Fitness lover of Bollywood, Tiger Shroff: New Brand Ambassador of Garnier Men