ଆସନ୍ତା ୧୮ ତାରିଖରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି

0
135
grievances-cell-to-open in-all-govt offices-from-18th-april

ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ପରେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତା ୧୮ ତାରିଖ ସୋମବାର ଠାରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗର ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି । ୨୦୨୦ ମାର୍ଚ୍ଚ ୧୩ ତାରିଖରୁ କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ କରାଯାଇଥିଲା ।

ଏହି ସମୟରେ ଜନଶୁଣାଣି ପୋର୍ଟାଲରେ ଅନଲାଇନରେ ଅଭିଯୋଗର ଶୁଣାଣି ହେଉଥିଲା । ଏବେ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପାଇଁ ସାଧାରଣ ଲୋକେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ପ୍ରବେଶ କରିବାକୁ ଅନୁମତି ପାଇବେ । ସେନେଇ ଗୃହ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି ନେଇ ଆଗୁଆ ପ୍ରଚାର କରିବେ । ଅଭିଯୋଗ ଶୁଣାଣି ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read  ବାରୁଦ ଗଦାରେ ପଶ୍ଚିମବଙ୍ଗ: ୨୪ ଘଂଟାରେ ମିଳିଲାଣି ୩୫୦ରୁ ଅଧିକ ଜୀବନ୍ତ ବୋମା

LEAVE A REPLY

Please enter your comment!
Please enter your name here