ଫ୍ରିଜରରେ ଲୁଚାଇ ରଖିଥିଲେ ୧୮୩ ପଶୁପକ୍ଷୀଙ୍କ ଶବ; କୁକୁର, ଠେକୁଆଙ୍କ ଭଳି ପ୍ରାଣୀଙ୍କୁ ଜିଅନ୍ତା ସମାଧି ଦେଉଥିଲେ ଏହି ବ୍ୟକ୍ତି…

0
296
man-kept-the-remains-of-183-animals-in-the-freezer

ଆମେରିକାର ଏରିଜୋନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ଗ୍ୟାରେଜ୍‌ର ଫ୍ରିଜର ଭିତରେ ୧୮୩ ପଶୁପକ୍ଷୀଙ୍କ ଅବଶେଷ ଲୁଚାଇ ରଖିଥିଲେ। ଏଥିରେ କୁକୁର, ଠେକୁଆଙ୍କ ଭଳି ପ୍ରାଣୀ ସାମିଲ ଥିଲେ। ଏ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତିଙ୍କ ବିରୋଧରେ ପଶୁ କ୍ରୁରତା ମାମଲା ମଧ୍ୟ ରୁଜୁ କରାଯାଇଛି।

ରିପୋର୍ଟ ଅନୁସାରେ, କିଛି ପ୍ରାଣୀଙ୍କୁ ବ୍ୟକ୍ତି ଜଣକ ଜୀବନ୍ତ ଅବସ୍ଥାରେ ହିଁ ଫ୍ରିଜରରେ ପୂରାଇ ଦେଇଥିଲେ, ଯଦ୍ଦ୍ଵାରା ଅତିଶୟ ଥଣ୍ଡା କାରଣରୁ ବରଫରେ ଜମି ସେମାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାଟି ୩ ଏପ୍ରିଲରେ ସର୍ବସମ୍ମୁଖକୁ ଆସିଥିଲା।

ଜଣେ ମହିଳା ଅଭିଯୋଗ କରିଥିଲେ ଯେ ୪୩ ବର୍ଷର ମାଇକେଲ ପ୍ୟାଟ୍ରିକ ଟରଲ୍ୟାଣ୍ଡ ତାଙ୍କ ସାପଗୁଡ଼ିକୁ ଆଉ ଫେରାଇ ନ ଥିଲେ। ସେ ଏହି ସାପଗୁଡ଼ିକୁ ପ୍ରଜନନ ପାଇଁ ତାଙ୍କଠୁ ମାଗିକି ନେଇଥିଲେ। ବ୍ୟକ୍ତି ଜଣକ ନିଜ ପୁରୁଣା ବାସଗୃହର ଗ୍ୟାରେଜ୍‌ରେ ଏହି ଫ୍ରିଜର ରଖିଥିଲେ। ରିପୋର୍ଟ ମୁତାବକ, ସେ କଇଁଛ, କୁକୁର, ଝିଟିପିଟି, ପକ୍ଷୀ, ସାପ, ମୂଷା ଓ ଠେକୁର ଆଦି ପ୍ରାଣୀ ଏବଂ ସରୀସୃପର ଅବଶେଷ ନିଜ ଫ୍ରିଜରରେ ଲୁଚାଇ ରଖିଥିଲେ। ଏଥିରୁ କିଛି ପ୍ରାଣୀ ଜୀବନ୍ତ ଅବସ୍ଥାରେ ବରଫରେ ଜମି ଯାଇଥିବାର ମନେ ହେଉଥିଲେ।

ସୂଚନାଥାଉ କି, ଘର ମାଲିକ ଟରଲ୍ୟାଣ୍ଡ ଓ ତାଙ୍କ ସ୍ତ୍ରୀଙ୍କୁ ଘର ଖାଲି କରିବାକୁ କହିଥିଲେ। ଆଉ ଯେତେବେଳେ ଘର ସଫାସୁତରା କରାଯାଉଥିଲା ତ ଫ୍ରିଜରରେ ପଶୁପକ୍ଷୀଙ୍କ ଅବଶେଷ ମିଳିଥିଲା। ଏହା ଦେଖି ମାଲିକଙ୍କ ହୋଶ୍‌ ଉଡ଼ି ଯାଇଥିଲା।

Also Read  Asian Athletics Championship to be held in Kalinga Stadium in Odisha capital in July 2017 for first time