ଜୀବନ ହାରିବା ପୂର୍ବରୁ ନିଜ ପ୍ରେମିକ ପାଇଁ ଚିଠିର ଶେଷରେ କିଛି ଏମିତି ଲେଖିଛନ୍ତି ସିମରନ୍‌….

0
178
simran-last-letter-to-her-boyfriend

ଚାନ୍ଦବାଲି: ନିଜ ପ୍ରେମିକ ପାଇଁ ସିମରନ୍‌ଙ୍କ ଶେଷ ଚିଠି। ମୋ ଜୀବନକୁ ଆସି ପ୍ରେମର ମାନେ ଜଣାଇଲ । ପରେ ପ୍ରେମର ମୂଲ୍ୟ କିଛି ରହିଲାନି । ଚିଠିର ଶେଷରେ ଏମିତି ଲେଖିଛନ୍ତି ସିମରନ୍‌ । ତୁମେ ସବୁବେଳେ ମୋର ହୋଇ ରହିବ । ହେଲେ ତୁମ ଲାଇଫ୍‌କୁ କେବେ ଆଉ ଫେରିବିନି । ଅନ୍ୟପଟେ ସିମରନ୍‌ର ମୃତ୍ୟୁ ପରେ ପ୍ରେମିକ ଫେରାର ଥିବା ଜଣାପଡିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓରାସାହି ଅଞ୍ଚଳର ଘଟଣା। ପ୍ରେମିକା ଜଣକ ଜୀବନ ହାରିବା ପୂର୍ବରୁ ନିଜ ପ୍ରେମିକ ପାଇଁ ଛାଡି ଯାଇଛି ପ୍ରେମର ଶେଷ ଚିଠି ।

ଚିଠିରେ ଅନେକ କଥା ଲେଖା ଅଛି । କାହିଁକି ଏମିତି କଲୁ ଲୋ , ମୁଁ ନିଜଠୁ ବି ଅଧିକ ଭଲ ପାଉଥିଲି , ହେଲେ ଶେଷରେ ମୋ ସହ ଏମିତି କଲୁ ଲୋ। ଏମିତି ଅନେକ କିଛି । ଅନ୍ୟପଟେ ଝିଅର ମୃତ୍ୟୁ ପରେ ବାହୁନି ବାହୁନି କାନ୍ଦୁଛି ବିଧବା ମାଆ। ଗତ ୧୪ ତାରିଖ ଦିନ ଚାନ୍ଦବାଲିକୁ କଂପ୍ୟୁଟର କ୍ଲାସ କରିବାକୁ ଆସିଥିଲା। ହେଲେ ଆଉ ଫେରିନଥିଲା । ଚାନ୍ଦବାଲି ବୈତରଣୀ ବ୍ରିଜ ଉପରେ ନିଜର ସାଇକେଲ ଓ ଗ୍ୟାଗ୍‌ ଥୋଇ ଦେଇ ନଦୀକୁ ଡେଇଁପଡିଥିଲା । ୧୫ତାରିଖ ସନ୍ଧ୍ୟା ସମୟରେ ନଦୀରୁ ତାର ମୃତଦେହ ମିଳିଥିଲା । ଏନେଇ ରାଜକନିକା ଓ ଚାନ୍ଦବାଲି ଥାନାରେ ଏତଲା ଦିଆଯାଇଥିଲା।

Also Read  ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଅଭିଯୋଗରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ

LEAVE A REPLY

Please enter your comment!
Please enter your name here