ମଦ ପିଇ ଗୁରୁଦ୍ୱାର ଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବିରୋଧରେ ଅଭିଯୋଗ

0
425
Bhagwant Mann To Take Oath As Punjab CM Shortly
Bhagwant Mann To Take Oath As Punjab CM Shortly

ଚଣ୍ଡୀଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ। ବିଜେପି ନେତା ତାଜିନ୍ଦର ପାଲ ସିଂହ ବଗା ଶନିବାର ମାନ୍‌ଙ୍କ ବିରୋଧରେ ପୋଲିସ ନିକଟରେ ଅନଲାଇନ୍ ଅଭିଯୋଗ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନ୍‌ ମଦ ନିଶାରେ ଗୁରୁଦ୍ବାରରେ ପ୍ରବେଶ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ସେ ପଞ୍ଜାବର ପୋଲିସ ମହାନିର୍ଦେଶକଙ୍କୁ ତାଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟାନୁଷ୍ଠାନ କରିବାର ଅନୁରୋଧ କରିଛନ୍ତି। ବଗା ଟ୍ୱିଟରରେ ନିଜ ଅଭିଯୋଗର ସ୍କ୍ରିନ୍‌ସଟ୍‌ ସେୟାର କରିଛନ୍ତି ଓ କହିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ମାନ୍‌ ନିଶାରେ ଗୁରୁଦ୍ବାର ଦମଦମା ସାହିବରେ ପ୍ରବେଶ କରିବା ନେଇ ମୁଁ ଅଭିଯୋଗ କରିଛି। ମୁଁ ଡିଜିପି ପଞ୍ଜାବ ଓ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି।’

ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଚଣ୍ଡୀଗଡରେ ଶିଖ୍‌ ଧର୍ମସ୍ଥଳର ପରିଚାଳନା ପାଇଁ ଦାୟିତ୍ବରେ ଥିବା ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି(ଏସଜିପିସି) ଗତ ଶୁକ୍ରବାର ଅଭିଯୋଗ କରିଥିଲା ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ (ଆପ୍)ର ନେତା ଭଗୱନ୍ତ ମାନ୍‌ ବୈଶାଖି (୧୪ ଏପ୍ରିଲରେ)ଅବସରରେ ନିଶାରେ ଦମଦମା ସାହିବରେ ପ୍ରବେଶ କରିଥିଲେ। ସଂଗଠନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବାର ମଧ୍ୟ ଦାବି କରିଛି। ଏସଜିପିସିର ବରିଷ୍ଠ ଉପାଧ୍ୟକ୍ଷ ରଘୁଜିତ୍ ସିଂହ ଭିର୍କ କହିଛନ୍ତି, ମଦ ନିଶାରେ ମୁଖ୍ୟମନ୍ତ୍ରୀ ଶିଖ ସମ୍ପଦ୍ରାୟର ଏକ ଆଧ୍ୟାତ୍ମିକ ସ୍ଥଳକୁ ମଦ ପିଇ ଆଚାର ସଂହିତାର ଉଲଂଘନ କରିଛନ୍ତି। ଏସଜିପିସି ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ନିଜର ଭୁଲ ସ୍ବୀକାର କରିବା ଓ ପୁରା ଶିଖ୍ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କହିଛନ୍ତି।

Also Read  ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର