ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା

0
338
again bus-fair-hike in state

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା। ତେଲ ଦର ଦିନକୁ ଦିନ କ୍ରମାଗତଭାବେ ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ବସ୍ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାଧାରଣ ଏବଂ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ଏବଂ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ହୋଇଛି । ସୁପର ପ୍ରିମିୟମ୍‌ ଭଡ଼ା କିମି ପିଛା ୬ ପଇସା ବୃଦ୍ଧି ହୋଇଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଟୋମେଟିକ୍‌ ମେକାନିଜିମ୍‌ ଆଧାରରେ ବସ୍‌ ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଡିଜେଲ ଦର ବୃଦ୍ଧି ଯୋଗୁ ଗତ ୩୧ ତାରିଖରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଭଡା ବୃଦ୍ଧି କରାଯାଇଥିଲା।

Also Read  Bhubaneswar Pradhan selected to play ‘Kansa’ during Bargarh Dhanu Jatra