ଗାଧୋଇବାବେଳେ ପୋଖରୀରେ ବୁଡି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

0
418
isros young Scientist died while bathing in bargarh

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିବା ବେଳେ ସାଙ୍ଗ ମାନଙ୍କ ସହ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ବୁଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଗରିବ ପରିବାରରେ ଜନ୍ମିତ ନିହାର ୨ ବର୍ଷ ତଳେ ଇସ୍ରୋରେ ଯୋଗଦାନ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଆଜି ତାଙ୍କ ଆକସ୍ମିକ ବିୟୋଗ ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ମୃତ୍ଯୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହେଉଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି।

Also Read  Khamkhayanagar in Dhenkanal, Odisha observes 12-hour bandh today