ଖାଉଟିଙ୍କୁ ମହଙ୍ଗା ମାଡ଼: ବଢିଲା ଓମଫେଡ୍ କ୍ଷୀର ଦର

0
379
Omfed Milk Price Hiked in Odisha

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ମଧ୍ୟବିତ୍ତର ମେରୁହାଡ଼ ବଙ୍କା । ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ପରେ ଏବେ ଓମ୍‌ଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ। ଏପ୍ରିଲ୍‌ ୨୧ ତାରିଖରୁ ନୂଆ ଦର ଲାଗୁ ହେବ। ଶେଷ ଥର ପାଇଁ ୨୦୨୦ରେ ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା। ଓମ୍‌ଫେଡ୍‌ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଉଛି । ତେଣୁ କ୍ଷୀର ଦର ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବୋଲି ଓମଫେଡ୍ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଉତ୍ପାଦନ ପାଇଁ ଉତ୍ସାହିତ ହେବେ ବୋଲି କହିଛି ଓମଫେଡ୍ ।

ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

Also Read  Odisha Reports 8845 Fresh Covid Positive Cases; 7 More Deaths