ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ , ବଦଳିଲେ ତଦନ୍ତକାରୀ ଅଧିକାରୀ

0
320

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନା ହାଜତ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବଦଳିଲେ ତଦନ୍ତକାରୀ ଅଧିକାରୀ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ବଦଳି କରାଯାଇଛି । ତଦନ୍ତକାରୀ ଅଧିକାରୀ ଏସଆଇ ଏସ. କେ ବେହେରାଙ୍କୁ ବଦଳି କରିଛି କମିଶନରେଟ ପୋଲିସ । ଆଇଆଇସି ରାଙ୍କର ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଅଧିକାରୀ କରାଯିବ ।

ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦେବେନ୍ଦ୍ର କେଉଁ ପରିସ୍ଥିତିରେ ଥାନାକୁ ଆସିଥିଲେ । କେତେବେଳେ ଅସୁସ୍ଥ ଅନୁଭବ କଲେ । କେତେବେଳେ ତାଙ୍କୁ ମେଡିକାଲକୁ ନିଆଗଲା । ସେ ଦିଗିରେ ଅଧିକ ତଦନ୍ତ ହେବ । ଏନଏଚଆରସି ଗାଇଡ ଲାଇନ ଅନୁସାରେ ତଦନ୍ତ ହେଉଛି କି ନାହିଁ ତାହାର ତଦାରଖ କରିବେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ । ୪୮ ଘଣ୍ଟା ମଧ୍ୟରେ ସେ ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଏହି ରିପୋର୍ଟ ଏନଏଚଆରସିକୁ ପଠାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛିା

ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ବରଗଡ ଥାନା ହାଜତରେ ଦେବେନ୍ଦ୍ର ଚୌଧୁରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଦେବେନ୍ଦ୍ର ଗତକାଲି ରାତିରେ ଚୋରି କରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ସେ ତଳେ ପଡି ଯାଇଥିଲେ । ପରେ ପୋଲିସ ତାଙ୍କୁ ଆଣି ଥାନାରେ ପଚରା ଉଚରା କରିଥିଲା ।ହେଲେ ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ଅଧିକାରୀ କହିଥିଲେ ।

Also Read  ଗର୍ଭବତୀ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଲେ ସ୍ୱାମୀ